www.samajalive.in
Friday, December 5, 2025
26.1 C
Bhubaneswar

କାହିଁକି ଏପରି କହିଲେ ଏଏସଆଇ ଅଧିକାରୀ ?

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ସ୍ଥାନରେ ପ୍ରଥମ ଏବଂ ଦ୍ବିତୀୟ ଖନନ ସମୟରେ ଏଏସଆଇ ଅଧିକାରୀ ଥିବା କେ କେ  ମହମ୍ମଦ କହିଛନ୍ତି ମୁସଲମାନ ମାନଙ୍କୁ ମଥୁରର ଜିଆନଭାପି ଏବଂ ଶାହି ଇଦଗାଙ୍କୁ ହିନ୍ଦୁ ମାନଙ୍କୁ ହସ୍ତାନ୍ତର କରିବା ଉଚିତ୍। ନ୍ୟୁଜ୍ ଏଜେନ୍ସି ଆଇଏଏନଏସ୍ କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଭାରତର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ଉତ୍ତର ଜୋନ୍ର ଆଞ୍ଚଳିକ ନିର୍ଦ୍ଦେଶକ କେ.କେ ମହମ୍ମଦ କହିଛନ୍ତି ବିବାଦର ଏକମାତ୍ର ସମାଧାନ ହେଉଛି ଏହି ସ୍ଥାନ ଗୁଡିକୁ ହିନ୍ଦୁ ମାନଙ୍କୁ ହସ୍ତାନ୍ତର କରିବା । ଏହି ପ୍ରସଙ୍ଗକୁ ନେଇ ସମସ୍ତ ଧାର୍ମିକ ନେତା ଏକାଠି ହେବା ଉଚିତ୍। ଆହୁରି ମଧ୍ୟ ସେ କହିଛନ୍ତି ଭଗବାନ ରାମ , ଶିବ ଏବଂ ଶ୍ରୀକୃଷ୍ଣଙ୍କ ସହ ହିନ୍ଦୁ ମାନଙ୍କର ଭାବନା ଜଡିତ । ଏଥିସହିତ ମୁସଲମାନ ମାନଙ୍କର ଭାବନା ନାହିଁ । ମକ୍କା ଏବଂ ମଦିନା ମୁସଲମାନଙ୍କ ଭାବନା ସହିତ ଜଡିତ। ଯେତେବେଳେ ଅଯୋଧ୍ୟାରେ ପ୍ରଥମଥର ପାଇଁ ଏହି ଖନନ କରାଯାଇଥିଲା। ଏଠାରୁ ୧୨ଟି ସ୍ତମ୍ଭ ମିଳିଥିଲା। ସେହି ସ୍ତମ୍ଭ ଗୁଡିକ ମଧ୍ୟରୁ ଅନେକ ଉପରେ ହିନ୍ଦୁ ପ୍ରତୀକ ଥିଲା। ସେତେବେଳେ କେ.କେ ମହମ୍ମଦ ବିବି ଲାଲଙ୍କ ଦଳରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ସେ କହିଛନ୍ତି ଯେ ବିବି ଲାଲ ଚାହୁଁନଥିଲେ ଯେ ଏହି ସତ୍ୟାସତ୍ୟ ସାମ୍ନାକୁ ଆସି  ​କୌଣସି ବିବାଦ ସୃଷ୍ଟି କରୁ। ସେଥିପାଇଁ ସେ ଏହାକୁ ପ୍ରକାଶ କରିବାକୁ ଚାହୁଁନଥିଲେ । କିନ୍ତୁ ଏହାପରେ ପ୍ରଫେସର ବିବି ଲାଲ ସାମ୍ବାଦିକ ସମ୍ମିଳନୀ କରି ସବୁ ସତ ପ୍ରକାଶ କରିଥିଲେ। କେ. କେ ମହମ୍ମଦ  କହିଛନ୍ତି ଯେତେବେଳେ ୧୯୯୨ ମସିହାରେ ବାବ୍ରି ମସଜିଦ ଭଙ୍ଗାଗଲା । ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହେଲି। ସେ କହିଛନ୍ତି ମୁଁ ଜଣେ ପ୍ରତ୍ନତତ୍ତ୍ବବିତ୍ ଭାବରେ କୌଣସି ସଂରଚନାର ବିନାଶକୁ ସମର୍ଥନ କରିପାରିବି ନାହିଁ। ରାମ ମନ୍ଦିର ନିର୍ମାଣ ହେବା ପରେ ମୁଁ ବହୁତ୍ ଖୁସି। ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ଅସୁସ୍ଥତା କାରଣରୁ ସେ ସାମିଳ ହୋଇପାରିନଥିଲେ। ଆହୁରି ମଧ୍ୟ ସେ କହିଛନ୍ତି ଆଜି ମଧ୍ୟ  ବହୁତ ସମୟରେ ତାଙ୍କୁ ଧମକ ଦିଆଯାଉଛି। ସେ କେରଳର କୋଝିକୋଡରେ ରହୁଛନ୍ତି। ଯେତେବେଳେ ସେ ବିବାଦ ସ୍ଥଳର ଖୋଦନ ପରେ ମିଳିଥିବା ପରିଣାମ କଥା ବତାଇଥିଲେ । ସେଦିନଠାରୁ ତାଙ୍କୁ ଧମକ ମିଳିବାକୁ ଲାଗିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories