www.samajalive.in
Sunday, December 7, 2025
26.1 C
Bhubaneswar

ବାସ୍ତୁ ଉପାୟ : ଚାଲିବା ଅବସ୍ଥାରେ ଆଦୌ ପିନ୍ଧନ୍ତୁ ନାହିଁ ଅଳଙ୍କାର

ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ତାଙ୍କ ଜୀବନରେ ସର୍ବଦା ହସଖୁସି ରହୁ। ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେମାନେ ଦିନରାତି ଚେଷ୍ଟା କରିବା ସହ ପରିଶ୍ରମ ମଧ୍ୟ କରନ୍ତି। ମାତ୍ର କେତେକ ସମୟରେ ବିଭିନ୍ନ ଛୋଟ ବଡ଼ ସମସ୍ୟା ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ବାସ୍ତୁରେ କେତେକ ସାଧାରଣ ଟିପ୍ସ ବିଷୟରେ କୁହାଯାଇଛି, ଯାହାକୁ ଆପଣେଇବା ଦ୍ୱାରା ଜୀବନରେ ସୌଭାଗ୍ୟ ଓ ସୁଖସମୃଦ୍ଧିର ବୃଦ୍ଧି ହୋଇଥାଏ। ଜାଣନ୍ତୁ ….
୧- ବାସ୍ତୁ ଅନୁଯାୟୀ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ମାନସିକ , ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।
୨ – ଚାଲିବା ଅବସ୍ଥାରେ ଆଦୌ ସୁନା କିମ୍ବା ଅନ୍ୟ କୌଣସି ଅଳଙ୍କାର ପିନ୍ଧନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ସହ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
୩ – ପୂର୍ବ କିମ୍ବା ଉତ୍ତର ଦିଗରେ ଗହଣା ପିନ୍ଧନ୍ତୁ। ଏହା ଶୁଭଫଳ ପ୍ରଦାନ କରିବା ସହ ଏହାଦ୍ୱାରା ମାନ ଯଶ ବୃଦ୍ଧି ହୋଇଥାଏ।
୪- ଘରର ପଶ୍ଚିମ ଓ ଦକ୍ଷିଣ ଦିଗରେ ଅଇନା ରଖନ୍ତୁ ନାହିଁ। ଏହାଦ୍ୱାରା ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ।
୫- ଘରକୁ ସର୍ବଦା ସଫାସୁତୁରା ରଖିବା ସହ ଜିନିଷ ଠିକ ସ୍ଥାନରେ ରଖନ୍ତୁ। ଏଣେତେଣେ ପକାନ୍ତୁ ନାହିଁ। ଏହାଦ୍ୱାରା ସମସ୍ତ କାର୍ଯ୍ୟରେ ପ୍ରଗତି ସହ ସଫଳତା ମିଳିଥାଏ।
୬ – ଯେଉଁ ଔଷଧ ବ୍ୟବହାର ଉପଯୋଗୀ ନୁହେଁ , ତାହାକୁ ରାତି ସମୟରେ ପକାଇ ଦିଅନ୍ତୁ। ଏହାଦ୍ୱାରା ଶାରୀରିକ କଷ୍ଟରୁ ମୁକ୍ତି ମିଳିଥାଏ।
୭- ଅନାବଶ୍ୟକ ଲୁଗାପଟା , ଭଙ୍ଗା ଜିନିଷ ଘରେ ରଖନ୍ତୁ ନାହିଁ।

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories