www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ କେଉଁ ଭୁଲ୍‍ ଦ୍ୱାରା ଦେଖାଦିଏ ଏହି ବାସ୍ତୁ ସମସ୍ୟା ..

ବାସ୍ତୁ ଅନୁଯାୟୀ, ଆଲମିରା କିମ୍ବା ରୋଷେଇ ଘର ନିକଟରେ କେଉଁ ଜିନିଷ ରଖିବା ଉଚିତ ନୁହେଁ । ଏହି ସମସ୍ତ ଜିନିଷକୁ ରଖିବା ଦ୍ୱାରା ଧନହାନୀର ସମ୍ଭାବନା ରହିଥାଏ ।
ପରିବାରର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରୋଷେଇ ଘରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରାଯାଏ । ମାତ୍ର ଏଠାରେ ଔଷଧ କିମ୍ବା ଔଷଧ ବାକ୍ସ ରଖନ୍ତୁ ନାହିଁ । ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ରୋଗ ଲାଗି ରହିଥାଏ । ସଦସ୍ୟଙ୍କ ମଧ୍ୟରେ କଳହ ମଧ୍ୟ ହୋଇଥାଏ ।
ଯେଉଁ ସମୟରେ ଗାଧୁଆଘର ବ୍ୟବହାର କରୁଛନ୍ତି, ତା’ର କବାଟକୁ ନିଶ୍ଚୟ ବନ୍ଦ ରଖନ୍ତୁ । ଗାଧୁଆ ଘରେ ଭଙ୍ଗା କାଚ, ଛିଣ୍ଡା ଚପଲ, ଓଦା କପଡା,ଖାଲି ବାଲ୍ଟି ଆଦୌ ରଖନ୍ତୁ ନାହିଁ । ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ଧନର କ୍ଷୟ ହୋଇଥାଏ ।
ଆଲମିରା ଘର ହେଉ କିମ୍ବା କାର୍ୟ୍ୟାଳୟର ସବୁଠାରୁ ମୁଖ୍ୟ ଜିନିଷ । ଏଥିରେ ଦାମୀ ଜିନିଷ ରଖାଯାଏ । ତେଣୁ ଆଲମିରା ନିକଟରେ ଝାଡୁ, ଅଇଁଠା ବାସନ ଆଦି ରଖନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଧନ ଆଗମନରେ ବାଧା ଆସିଥାଏ । ତେଣୁ ଏହି ଭୁଲ୍‍ କରନ୍ତୁ ନାହିଁ ।

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories