www.samajalive.in
Sunday, December 7, 2025
26.1 C
Bhubaneswar

ମୁଖ୍ୟଦ୍ୱାରରେ ରଖନ୍ତୁ ଏହି ୩ଟି ଜିନିଷ : ମିଳିବ ଶୁଭଫଳ

ବାସ୍ତୁ ଶାସ୍ତ୍ରରେ ଘରର ଦିଗ ଓ ଏହା ସହ ଜଡିତ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଘରେ କେଉଁ ସ୍ଥାନରେ କି ଜିନିଷ ରଖିବା ଉଚିତ୍‌‌ ଏହା ମଧ୍ୟ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଘର ଓ କାର୍ଯ୍ୟାଳୟରେ ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଶୁଭଫଳ ମିଳିଥାଏ। ଘରର ମୁଖ୍ୟଦ୍ୱାର ସହ ଜଡିତ ଅନେକ ନିୟମ ରହିଛି। ଯାହାର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ଲାଭ ହୋଇଥାଏ।
ବାସ୍ତୁ ଅନୁଯାୟୀ, ଘରର ମୁଖ୍ୟ ଦ୍ୱାର ସର୍ବଦା ସଫାସୁତୁରା ରହିବା ଆବଶ୍ୟକ। ମୁଖ୍ୟଦ୍ୱାର ନିକଟରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ। ଜାଣନ୍ତୁ କେଉଁ କେଉଁ ଜିନିଷ ରଖିବେ..
ମାନ୍ୟତାନୁଯାୟୀ, ଘରର ମୁଖ୍ୟଦ୍ୱାରରେ ପାଣିରେ ଭର୍ତ୍ତି ଏକ ପାତ୍ର କିମ୍ବା ଛୋଟ କଳସ ରଖିପାରିବେ। ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ। ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘରର ମୁଖ୍ୟଦ୍ୱାରରେ ନେମ୍‌‌ପ୍ଲେଟ୍‌‌ ଲଗାନ୍ତୁ। ମାତ୍ର ଯେପରି ଏହା ଭଲ ଭାବେ ଦେଖାଯାଉଥିବ ଓ ସଠିକ୍‌‌ ଅକ୍ଷରରେ ମଧ୍ୟ ଥିବ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।
ଘରର ମୁଖ୍ୟଦ୍ୱାର ନିକଟରେ ଗଛ ରଖିବା ମଧ୍ୟ ବେଶ ଶୁଭଙ୍କର। ମନିପ୍ଲାଣ୍ଟ ରଖିବା ଅତ୍ୟନ୍ତ ଶୁଭଙ୍କର। ଏହାଦ୍ୱାରା ଘରେ ସୁଖଶାନ୍ତି ସହ ଆର୍ଥିକ କ୍ଷେତ୍ରରେ ଶୁଭଫଳ ମିଳିଥାଏ। ଟଙ୍କାର ଆଦୌ ଅଭାବ ହୋଇନଥାଏ। ଗଛ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories