www.samajalive.in
Tuesday, December 9, 2025
26.1 C
Bhubaneswar

ଏହି ସରଳ ବାସ୍ତୁ ଉପାୟ ସମ୍ପର୍କରେ ସର୍ବଦା ରଖେ ମଧୁରତା

ପ୍ରେମ ଦ୍ୱାରା ହିଁ ଜୀବନର ସମସ୍ତ ଡୋର ଜଡ଼ିତ। ପରସ୍ପର ମଧ୍ୟରେ ଥିବା ଭଲ ପାଇବା ହିଁ ଜୀବନକୁ ଉତ୍ତମ ଢଙ୍ଗରେ ବଞ୍ଚିବା ପାଇଁ ପ୍ରେରଣା ଦେଇଥାଏ। ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ଭଲ ପାଇବା ରହିବା ଦ୍ୱାରା ଜୀବନ ଖୁବ ସୁନ୍ଦର ଭାବେ ଅତିବାହିତ ହୋଇଥାଏ। ବାସ୍ତୁରେ ବର୍ଣ୍ଣନା କରାଯାଇଥିବା କିଛି ଉପାୟ ଦ୍ୱାରା ପରିବାର ମଧ୍ୟରେ ଖୁସି ଓ ଭଲ ପାଇବା ସର୍ବଦା ରହିଥାଏ।
– ଘରର ସାଜସଜ୍ଜାରେ ଗୋଲାପି ରଙ୍ଗର ପ୍ରୟୋଗ କରନ୍ତୁ। ଗୋଲାପି ରଙ୍ଗ ପ୍ରେମର ଭାବନା ପ୍ରଦର୍ଶିତ କରିଥାଏ ବୋଲି କୁହାଯାଏ।
ଭଗବାନ ବିଷ୍ଣୁଙ୍କୁ ହଳଦୀ ରଙ୍ଗର ଦ୍ରବ୍ୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଗୋଲାପର ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହି ଫୁଲକୁ ଶୁକ୍ରବାର ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ।
ଗେଣ୍ଡୁ ଫୁଲରେ ସିନ୍ଦୂର ଲଗାଇ ମା’ ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ୱାରା ମଧ୍ୟ ସମ୍ପର୍କରେ ମଧୁରତା ବୃଦ୍ଧି ପାଇଥାଏ।
ସତେଜ ଗୋଲାପଫୁଲ ଶୟନ କକ୍ଷରେ ରଖନ୍ତୁ।
ରାଧାକୃଷ୍ଣଙ୍କ ଏପରି ଫଟୋ ଲଗାନ୍ତୁ, ଯେଥଁଥିରୁ ପ୍ରଭୁ କୃଷ୍ଣ ବଂଶୀ ବଜାଉଥିବେ।
ଜୀବନସାଥିଙ୍କୁ ଯାହା ପସନ୍ଦ ନୁହେଁ ସେ କଥା ପ୍ରତି ଧ୍ୟାନ ଦିଅନ୍ତୁ।
ଶୟନ କକ୍ଷରେ ନାଚୁ ଥିବା ମୟୁର ଓ ମୟୁରୀର ଫଟୋ ଲଗାନ୍ତୁ।
ଶୟନ କକ୍ଷରେ ଶଙ୍ଖ ଓ ଶାମୁକା ନିଶ୍ଚୟ ରଖନ୍ତୁ।
ଗୁରୁବାର ଦମ୍ପତି କଦଳୀ ବୃକ୍ଷର ପରିକ୍ରମା କରନ୍ତୁ। ଜଳ ଅର୍ପଣ କରନ୍ତୁ।
କମଳା ଓ ଲିଚକୁ ସମ୍ପର୍କରେ ମଧୁରତା ଆଣେ, ତେଣୁ ଏହାକୁ ସେବନ କରନ୍ତୁ।

 

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories