www.samajalive.in
Monday, December 8, 2025
14.1 C
Bhubaneswar

ନଖରାମି ପାଇଁ ଚୀନ ପାଇଥିଲା ଅପମାନ ; ବାଜପେୟୀ ଛାଡ଼ିଥିଲେ ୮୦୦ ମେଣ୍ଢା

ନୂଆଦିଲ୍ଲୀ : ବର୍ତ୍ତମାନର ଭାରତ-ଚୀନ ସୀମା ବିବାଦ ୧୯୬୫ ସେପ୍ଟେମ୍ବରରେ ଅଟଳବିହାରୀ ବାଜପେୟୀଙ୍କ ଭୂମିକାକୁ ମନେପକାଇ ଦେଇଛି। ସେତେବେଳେ ୪୨ବର୍ଷୀୟ ବାଜପେୟୀ ୮୦୦ ମେଣ୍ଢାଙ୍କୁ ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ଭିତରକୁ ପୂରାଇ ଦେଇଥିଲେ। ସେହିବର୍ଷ ଅଗଷ୍ଟରେ ଚୀନ ଅଭିଯୋଗ କରିଥିଲା ଯେ ଭାରତୀୟ ​‌େ​‌ସନା ଏହାର ମେଣ୍ଢା ଓ ଚମରି ଗାଈଙ୍କୁ ଚୋରି କରିନେଇଛି। ଚୀନର ଏଭଳି ନଖରାମି ଏବଂ ଅନୁପ୍ରବେଶର ଅଭିନବ ପ୍ରତିବାଦ ସ୍ବରୂପ ବାଜପେୟୀ ଏଭଳି ପଦକ୍ଷେପ ନେଇଥିଲେ; ଯେଉଁଥିରେ ଚୀନ ଭୀଷଣ ବିରକ୍ତି ପ୍ରକାଶ କରିଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ଲଢ଼େଇ ମଧ୍ୟ ବେଶ୍‌ ରୋଚକ ହୋଇଥିତିଲା।

ଫଳସ୍ବରୂପ ୧୯୬୭ରେ ଚୀନ ପୁନର୍ବାର ଭାରତକୁ ଯୁଦ୍ଧ ଧମକ ଦେଇଥିଲା। ୧୯୬୨ ଯୁଦ୍ଧ ପରେ ଚୀନର କ୍ଷେତ୍ରବିସ୍ତାର ନିଶା ଜୋର୍‌ ଧରିଥିଲା। ୧୯୬୫ରେ କାଶ୍ମୀରରେ ପାକିସ୍ତାନର ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ଭାରତ ବ୍ୟସ୍ତ ଥିଲାବେଳେ ସିକିମ୍‌ରେ ଚୀନ ସେନା ସମାନ ପ୍ରୟାସ ଆରମ୍ଭ କରିଥିଲେ। ଭାରତକୁ ଆଉ ପାନେ ଚଖାଇବା ପାଇଁ ଚୀନ ଯୋଜନା କରୁଥିଲା। ସେହି ସମୟରେ ଚୀନ ସରକାର ଭାରତ ସରକାରଙ୍କୁ ଲେଖିଥିଲେ ଯେ ଭାରତୀୟ ସେନା ୮୦୦ ମେଣ୍ଢା ଓ ୫୯ ଚମରି ଗାଈଙ୍କୁ ଚୋରି କରିନେଇଛନ୍ତି। ତିବ୍‌ବତର ୪ ନାଗରିକଙ୍କୁ ମଧ୍ୟ ଭାରତୀୟମାନେ ଅପହରଣ କରିନେଇଛନ୍ତି। ଭାରତ ସରକାର ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଜନସଂଘ ନେତା ବାଜପେୟୀଙ୍କ ମନ ମାନି ନ ଥିଲା। ସେ ୮୦୦ ମେଣ୍ଢା ସଂଗ୍ରହ କରି ଏହାକୁ ଚୀନ ଦୂତାବାସ ଭିତରକୁ ପୂରାଇ ଦେଇଥିଲେ। ସେମାନଙ୍କ ଶରୀରରେ ଏକ ପ୍ଲାକାର୍ଡ ରହିଥିଲା; ଯେଉଁଥିରେ ଲେଖାଥିଲା କି ‘ଇଟ୍‌ ମି; ବଟ୍‌ ସେଭ୍‌ ଦି ୱାର୍ଲଡ’ (ଆମକୁ ଖାଇଯାଅ ପଛେ ବିଶ୍ବକୁ ସୁରକ୍ଷିତ ରଖ)। ଚୀନ ଏହାର ଜବାବରେ ତତକାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଲେଖିଥିଲା ଯେ ଏହା ଚୀନ ପ୍ରତି ଘୋର ଅପମାନ। ବାଜପେୟୀଙ୍କ ଏଭଳି କାର୍ଯ୍ୟ ପଛରେ ଶାସ୍ତ୍ରୀଙ୍କ ସରାରଙ୍କ ସମର୍ଥନ ରହିଛି। ଭାରତ ଏହାର ଉତ୍ତରରେ ଦର୍ଶାଇଲା ଯେ କିଛି ସାଧାରଣ ନାଗରିକ ଦିଲ୍ଲୀରେ ୮୦୦ ମେଣ୍ଢାଙ୍କର ଶୋଭାଯାତ୍ରା ବାହାର କରିଥିଲେ। ସେମାନଙ୍କର ଏହି ବିକ୍ଷୋଭ ପଛରେ ଭାରତ ସରକାରଙ୍କର କୌଣସି ଭୂମିକା ନ ଥିଲା। ଭାରତ ବିରୋଧରେ ଚୀନର ମିଛ ଅଭିଯୋଗ ବିରୋଧରେ ଏହା ଦିଲ୍ଲୀବାସୀଙ୍କ ପ୍ରତିକ୍ରିୟାର ଏକ ସ୍ବାଭାବିକ, ଶାନ୍ତିପୂର୍ଣ୍ଣ ତଥା ବ୍ୟଙ୍ଗାତ୍ମକ ପ୍ରଦର୍ଶନ ଥିଲା। ତା’ଛଡ଼ା ଅନ୍ୟ ତିବ୍‌ବତୀୟ ଶରଣାର୍ଥୀଙ୍କ ପରି ଏହି ୪ଜଣ ଭାରତକୁ ପଳାଇଆସିଥାଇପାରନ୍ତି, ସେମାନେ ଚାହିଁଲେ ଫେରିଯିବେ। ବାସ୍ତବରେ ଦୁଇ ତିବ୍‌ବତୀୟ ମହିଳା ଚୀନ ସେନାର ନିର୍ଯାତନାରେ ଅତିଷ୍ଠ ହୋଇ ଭାରତକୁ ପଳାଇ ଆସିଥିଲେ ଓ ଭାରତୀୟ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଯା’ହେଉ, ସୀମାରେ ଉତ୍ତେଜନାବେଳେ ବାଜପେୟୀଙ୍କ ଏହି ଅଭିନବ କାର୍ଯ୍ୟ ଆନ୍ତର୍ଜାତିକ ମହଲରେ ଆଲୋଚନାର ବିଷୟ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories