www.samajalive.in
Friday, December 5, 2025
20.1 C
Bhubaneswar

ବୈଭବ ସୂର୍ଯ୍ୟବଂଶୀ ଉପଅଧିନାୟକ ନିଯୁକ୍ତ

ପାଟନା: ଘରୋଇ କ୍ରିକେଟ୍‌‌ର ସବୁଠାରୁ ବଡ଼ ପ୍ରତିଯୋଗିତା ରଣଜୀ ଟ୍ରଫି ୧୫ରୁ ଆରମ୍ଭ ହେବ। ଏଥିଲାଗି ସାକିବୁଲ୍‌ ଗାନିଙ୍କ ନେତୃତ୍ବାଧୀନ ୧୫ ଜଣିଆ ବିହାର ଦଳ ଘୋଷଣା କରାଯାଇଛି। ୧୪ ବର୍ଷ ବୟସ୍କ ଯୁବ ବ୍ୟାଟିଂ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ପ୍ଲେଟ୍‌‌ ଡିଭିଜନରେ ସ୍ଥାନ ପାଇଥିବା ବିହାର ୧୫ରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ।

୨୦୨୩-୨୪ ଋତୁରେ ମାତ୍ର ୧୨ ବର୍ଷ ବୟସରେ ସୂର୍ଯ୍ୟବଂଶୀ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ। ରଣଜୀ ଟ୍ରଫି ଖେଳିବାରେ ସେ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌‌ ଖେଳି ମୋଟ ୧୦୦ ରନ୍‌ କରିଛନ୍ତି। ତେବେ କନିଷ୍ଠ ଆନ୍ତର୍ଜାତିକ କ୍ରିକେଟ୍‌​‌େ​‌ର ସୂର୍ଯ୍ୟବଂଶୀ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ୧୯ ବର୍ଷରୁ କମ୍ ଦଳ ପାଇଁ ସୂର୍ଯ୍ୟବଂଶୀ ପ୍ରଥମ ୪-ଦିନିଆ ମ୍ୟାଚ୍‌ରେ ୭୮ ବଲ୍‌ରୁ ଶତକ ହାସଲ କରିଥିଲେ। ପୂର୍ବରୁ ଇଂଲଣ୍ଡ ଗସ୍ତରେ ଯୁବ ଦିନିକିଆ ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ୧୪୩ ରନ୍‌ କରିଥିଲେ। ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ପାଇଁ ମାତ୍ର ୩୮ ବଲ୍‌ରୁ ସୂର୍ଯ୍ୟବଂଶୀ ୧୦୧ ରନ୍‌ କରିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories