www.samajalive.in
Monday, December 15, 2025
15.1 C
Bhubaneswar

ନିର୍ଦେଶ ଆସିଲେ ଶିଶୁଙ୍କୁ ଟିକା

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିଥିଲେ ବି ନିୟମ ମାନି ଚଳିବାକୁ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଇରୋପୀୟ ଦେଶମାନଙ୍କ ସଂକ୍ରମଣ ବଢିବାରେ ଲାଗିଛି। ପୂର୍ବରୁ ଆମେ ପ୍ରଥମ ଓ ଦ୍ବିତୀୟ ଲହରରେ ଦେଖିଛେ ଅନ୍ୟ ଦେଶମାନଙ୍କରେ ପ୍ରଥମେ ସଂକ୍ରମଣ ବଢିବାର ଦୁଇ ତିନିମାସ ପରେ ଆମ ଦେଶରେ ସଂକ୍ରମଣ ହାର ବଢିଥିଲା। ତେଣୁ ଏବେ ଠୁ ଆମେ ସତର୍କ ରହିବା ଆବଶ୍ୟକ। ସେହିପରି ଶିଶୁମାନଙ୍କୁ କରୋନା ଟିକା ଦିଆଯିବା ନେଇ କୌଣସି ନିର୍ଦେଶନାମା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆସିନାହିଁ। ଆସିଲା ପରେ ଓଡ଼ିଶା ସେହି ଆଧାରରେ ଟିକା ଦେବ। ଶିଶୁମାନଙ୍କୁ ଟିକାଦେବା ନିମନ୍ତେ କେନ୍ଦ୍ର ବୈଷୟିକ କମିଟି(ଟେକ୍‌ନିକାଲ ଟାକ୍ସ ଫୋର୍ସ) ଗଠନ ହୋଇଥିବାବେଳେ ପ୍ରାଥମିକ
ପର୍ଯ୍ୟାୟରେ ଏକ କୋଟି ଟିକା ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଟିକା ଆସିଲା ପରେ କମିଟି ପକ୍ଷରୁ କେଉଁ ରାଜ୍ୟକୁ କେତେ ପରିମାଣରେ ଦେବେ ତାହା ନିର୍ଣ୍ଣୟ କଲା ପରେ ପଦକ୍ଷେପ ଗ୍ରହଣ କରିବେ। ତେବେ ଆମେ ଏନେଇ ପ୍ରସ୍ତୁତ ରହିଛୁ ଏବଂ ଟିକା ଆସିବେ ମାତ୍ରେ ଦିଆଯିବ।
ଏଣେ ରାଜ୍ୟରେ ଚାଲିଥିବା କରୋନା ଟିକାକରଣ ୪ କୋଟି ପାନର ନିକଟବର୍ତ୍ତୀ ହୋଇଛି। ବୁଧବାର ୨୩୧୮ଟି କେନ୍ଦ୍ରରେ ୨ ଲକ୍ଷ ୪୫ ହଜାର ୩୫୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ ଟିକାକରଣ ୩ କୋଟି ୯୬ ଲକ୍ଷ ୩୭ ହଜାର ୨୧୭ରେ ପହଞ୍ଚିଛି। ସେହିପରି ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ୩ ଲକ୍ଷ ୮୪୪ରେ ପହଞ୍ଚିଛି। ଆସନ୍ତାକାଲି ୨୩୫୫ଟି କେନ୍ଦ୍ରରେ ଟିକାକରଣ କରାଯିବ।
ସେହିପରି ବିଶ୍ବର ପ୍ରଥମ କରୋନା ବଟିକା ‘ମେଲନୁପିରାଭିର’ ବାହାରିଛି। ଏହି ବଟିକା ବ୍ୟବହାର ଦ୍ବାରା ୫୦ ପ୍ରତିଶତ ଗୁରୁତର ଆକ୍ରାନ୍ତ କମୁଥିବା ଦାବି ହେଉଛି। ତେବେ ଭାରତରେ ଏହାର ବ୍ୟବହାର ନେଇ କୌଣସି ସୂଚନା ନ ଥିବା ସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି। ସେ କହିଛନ୍ତି, ଯେ ଭାରତରେ ଭେଷଜ ନିୟନ୍ତ୍ରକ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଦେଶରେ କରୋନା ବଟିକାକୁ ଅନୁମତି ମିଳିବା ପରେ ଏହାକୁ ବ୍ୟବହାର କରାଯାଇପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories