ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆଗଧାଡ଼ିର କୋଭିଡ ଯୋଦ୍ଧା ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଟିକା ପ୍ରଦାନ ନିମନ୍ତେ ସ୍ବତନ୍ତ୍ର ଟିକାଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଇଆର୍ସି ଭିଲେଜସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ୭୦୦ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦ୍ବିତୀୟ ପାନ ଟିକା ପ୍ରଦାନ କରାଯାଇଥିଲା। ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ସ୍ବାସ୍ଥ୍ୟବୀମା କାର୍ଡଧାରୀ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍ପୋର୍ଟାଲ, ଡିଜିଟାଲ ମିଡ଼ିଆ ଆଦିର କାର୍ଯ୍ୟରତ ସାମ୍ବାଦିକ କରୋନା ଟିକା ନେଇଥିବା ସୂଚନା ମିଳିଛି।
Popular Categories



