www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍ତରାଖଣ୍ଡରେ ଖାଇକୁ କାର୍‌ ଖସି ୫ ମୃତ

ଚମୋଲୀ : ଉତ୍ତରାଖଣ୍ଡର ଚମୋଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗଭୀର ଖାଇକୁ ଏକ କାର୍‌ ଖସି ପଡିବାରୁ ୫ ଜଣଙ୍କ ଜୀବନ ଚାଲି ଯାଇଛି। ଖରାପ ପାଗ କାରଣରୁ ଦୁର୍ଘଟଣା ବିଷୟରେ ପୁଲିସ ଓ ପ୍ରଶାସନ ନିକଟରେ ବିଳମ୍ବରେ ଖବର ପହଞ୍ଚିଥିବା ଜଣାପଡିଛି । ପ୍ରବଳ ଝଡ ବର୍ଷା ହେଉଥିବା ସମୟରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଧାମୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଏହି ଦୁର୍ଘଟଣା ବିରହୀ-ନିଜମୁଲା ମୋଟର ମାର୍ଗରେ ହୋଇଥିଲା। ଗାଁ ନିକଟରେ କାର୍‌ଟି ଏକ ଖାଇକୁ ଅନିୟନ୍ତ୍ରିତ ହୋଇ ଖସି ପଡିଥିଲା। ଖବର ପାଇ ଚମୋଲୀ ଥାନା ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ପ୍ରବଳ ବର୍ଷାରେ ଅନେକ ସମସ୍ୟାରେ ଉଦ୍ଧାର କରିଥିଲେ। କାର୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନିଜମୁଲା କ୍ଷେତ୍ରରୁ ବିବାହ ଆୟୋଜନରେ ଯୋଗ ଦେଇ ଫେରୁଥିଲେ।

ରମ୍ଭା କଲେଜ ରୋଡ଼-ବିରୁଳିଗଡ଼ ଗଳାଶଙ୍ଖ ରାସ୍ତା ପାଲଟିଛି ମରଣଯନ୍ତା 

ଶନିଙ୍କ ରାଶିରେ ରାହୁଙ୍କ ଚଳନ ; ମେ’ରେ ଏହି ରାଶି ହେବେ ମାଲାମାଲ୍‌

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories