ଗଞ୍ଜାମ : ରମ୍ଭା କଲେଜ ଛକରୁ ଓ ବିରୁଳିଗଡ଼ ସଂଯୋଗ ଗଳା ଶଙ୍ଖ ରାସ୍ତା ମରଣଯନ୍ତା ପାଲଟିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷଙ୍କ ଦୃଷ୍ଟି ନାହିଁ। ସେହି ରାସ୍ତାରେ ବିରାଟ ଗର୍ତ୍ତ ଗୁଡ଼ିକ ରହିବା ଫଳରେ ବର୍ଷା ହେବା ମାତ୍ରେ ବର୍ଷା ପାଣି ଜମି ରହୁଛି। ଏପରିକି ସେଠାରେ କୃତିମ ପୋଖରୀ ସୃଷ୍ଟି ହେଉଛି। ପାଣି ଜମିବା ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାହାଫଳରେ ପ୍ରତିଦିନ ଦୁଇରୁ ତିନୋଟି ଦୁର୍ଘଟଣା ଘଟୁଛି।
ସୂଚନା ଯୋଗ୍ୟ ରାସ୍ତାରେ ପ୍ରତ୍ୟେକ ଦିନ ବ୍ୟବସାୟୀମାନେ,ଛାତ୍ରଛାତ୍ରୀ ରମ୍ଭା ଓ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ ଯିବା ଆସିବା ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ବିଶେଷ କରି ରମ୍ଭା କଲେଜକୁ ସେହି ରାସ୍ତା ଦେଇ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରୁ ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହାର ମରାମତି ହେଉନାହିଁ। ଏନଏସି ପ୍ରଶାସନ ଓ ପୂର୍ତ୍ତ ବିଭାଗ ଦୃଷ୍ଟି ଆକର୍ଷଣ କରି ଏହାର ମରାମତି ପାଇଁ ରମ୍ଭାବାସୀ ଦାବି କରିଛନ୍ତି।



