ଦୁର୍ନୀତି ଅଭିଯୋଗ: ୩ ବର୍ଷରେ ୧୪ ଆଇପିଏସ୍, ୬ ଆଇଏଏସଙ୍କ ବିରୋଧରେ ଯୋଗୀଙ୍କ କାର୍ଯ୍ୟାନୁଷ୍ଠାନ

ମଙ୍ଗଳବାର ଉତ୍ତରପ୍ରଦେଶ ଯୋଗୀ ସରକାର ଦୁର୍ନୀତି ଅଭିଯୋଗରେ ୨ ଜଣ ବରିଷ୍ଠ ଆଇଏଏସଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନ । ବରିଷ୍ଠ ଆଇଏଏସ୍ ଗୁରୁଦୀପ ସିଂହ ଓ ରାଜୀବ ଶର୍ମାଙ୍କୁ ସରକା ରାଜସ୍ବ ପର୍ଷଦରୁ ହଟାଇ ଦେଇଛନ୍ତି । ଏହାକୁ ମିଶାଇ ଗତ ୩ ବର୍ଷ ମଧ୍ୟରେ ୬ ଆଇଏଏସ ଓ ୧୪ ଆଇପିଏଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

prayash

ମାର୍ଚ୍ଚ ୨୦୧୭ରେ ୟୁପିରେ କ୍ଷମତା ଦଖଲ କରିଥିବା ଯୋଗୀ ସରକାର ଦୁର୍ନୀତି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଭିନ୍ନ ଅଭିଯୋଗରେ ତଳିଆ କର୍ମଚାରୀଙ୍କ ସହ ଉଚ୍ଚ ଅଧିକାରୀଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ମିଳିଥିବା ସୂଚନା ଅନୁଯାୟୀ, ଯୋଗୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ୧୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।  ଅନ୍ୟପକ୍ଷରେ ଗତ ଦେଢ଼ବର୍ଷ ମଧ୍ୟରେ ଯୋଗୀ ସରକାର ୬ଜଣ ଆଇଏଏସ୍ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ଜିଲାପାଳ ଅଛନ୍ତି । ଶସ୍ୟ ହେରଫେର ଅଭିଯୋଗରେ ଗୋଣ୍ଡା ମାଜିଷ୍ଟ୍ରେଟ ଜିତେନ୍ଦ୍ର ବାହାଦୂର ସିଂଙ୍କୁ ଜୁନ୍ ୨୦୧୮ ରେ ନିଲମ୍ବିତ କରାଯାଇଥିଲା। ସରକାରୀ ଗହମ କିଣାରେ ଅନିୟମିତତା ଅଭିଯୋଗରେ ଫତେହପୁର ଜିଲାପାଳ କୁମାର ପ୍ରଶାନ୍ତଙ୍କୁ, ମୌଳିକ ଶିକ୍ଷା ବିଭାଗରେ ଅନିୟମିତତା ଲାଗି ଉନ୍ନାଓ ଜିଲାପାଳ ଦେବେନ୍ଦ୍ର ପାଣ୍ଡେଙ୍କୁ ୨୦୨୦ ଫେବ୍ରୁଆରୀ ମାସରେ, ଗୋ ସୁରକ୍ଷା କେନ୍ଦ୍ର ବଜେଟ ଜାଲିଆତିରେ ମହାରାଜଗଞ୍ଜ ଜିଲାପାଳ ଅମରନାଥ ଉପାଧ୍ୟାୟଙ୍କୁ , ପର୍ଯ୍ୟଟନ ସଚିବ କେଦାନାଥ ସିଂହଙ୍କୁ ଗତ ୨୦୨୦ ମେ ମାସରେ ନିଲମ୍ବିତ କରାଯାଇଛି ।    ସେହିପରି ଓବିସ କୋଟାରୁ ନିଯୁକ୍ତି ସଂକ୍ରାନ୍ତରେ ହେରଫେର ଯୋଗୁଁ କମିଶନର ଶାରଦା ସିଂହଙ୍କୁ ସରକାର ନିଲମ୍ବିତ କରିଛନ୍ତି ।

Comments are closed.