www.samajalive.in
Sunday, December 14, 2025
19.1 C
Bhubaneswar

ଉତମ ତାଣ୍ଡି : ନୃତ୍ୟ ଓ ଅଭିନୟ ଦେଇଛି ନୂଆ ପରିଚୟ

ରାଉରକେଲା : ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହିନ୍ଦୀ ବିଭାଗରେ ସ୍ନାତକୋତ୍ତର କରୁଥିବା ଉତମ ତାଣ୍ଡିଙ୍କ ପ୍ରତିଭା ତାଙ୍କ ପାଇଁ ଆଣିଛି ସଫଳ ପରିଚୟ । ବରଗଡ଼ ଜିଲା ଖୁଣ୍ଟପାଲୀ ତୁରୁଙ୍ଗା ଗ୍ରାମର ମୂଳ ବାସିନ୍ଦା ନେପାଲ ତାଣ୍ଡି ଓ ଚନ୍ଦ୍ରକାନ୍ତି ତାଣ୍ଡିଙ୍କ ପୁଅ ଉତମ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଆସିଥିବା ବେଳେ ଏବେ ନିକଟରେ ପ୍ରସିଦ୍ଧ ସିନେ ଅଭିନେତା ଅମିର ଖାନଙ୍କ ‘ପିକେ’ ଫିଲ୍ମର ଅଭିନୟ ନକଲ କରି ସେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଜାମସେଦପୁର ସହରର ସୋନାରିଠାରେ ପ୍ରତିବର୍ଷ ଶ୍ରୀରାମ ନବମୀରେ କଳିଙ୍ଗ ଆଖଡ଼ା ଶୋଭା ଯାତ୍ରା ହୁଏ । ପ୍ରତିବର୍ଷ ସେଠାରୁ ଆମନ୍ତ୍ରଣ ଆସିଥିବା ବେଳେ ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥାନ୍ତି । ଚଳିତ ବର୍ଷ ମଧ୍ୟ ତାଙ୍କୁ ସୁଯୋଗ ମିଳିଥିଲା। ଅମୀର ଖାନଙ୍କ ‘ପିକେ’ ଚଳିଚିତ୍ରରେ ଥିବା ଭୂମିକା ତାଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣ ଥିବାରୁ ସେ ଏହି ଚରିତ୍ରକୁ ସୁନ୍ଦରଭାବେ ଉପସ୍ଥାପିତ କରିଥିଲେ। ବାସ୍ ଏହି ଅଭିନୟ ହିଁ ତାଙ୍କ ପାଇଁ ଆଣିଦେଇଛି ଆହୁରି ସୁଖ୍ୟାତି। ଅଭିନୟରେ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ସହିତ ହଜାର ହଜାର ଦର୍ଶକ ସେଲଫି ନେବା ସହିତ ୟୁଟ୍ୟୁବ, ଇନଷ୍ଟାଗ୍ରାମ, ଫେସ୍ ବୁକରେ ଏହାକୁ ଅପଲୋଡ଼୍ କରିଥିଲେ। ଏହି ଭିଡ଼ିଓ ଭାଇରାଲ ହେବା ପରେ ଲକ୍ଷଲକ୍ଷ ଦର୍ଶକ ଏହାକୁ ଦେଖିବା ସହିତ ପସନ୍ଦ କରୁଛନ୍ତି । ତାଙ୍କ ଅଭିନୟର ପ୍ରଶଂସା କରିବା ସହିତ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ତାଙ୍କୁ କେତେଜଣ ଛୋଟ ‘ପିକେ’ ବୋଲି କହୁଥିବା ବେଳେ ଆଗକୁ ଅମୀର ଖାନ ତାଙ୍କୁ ସୁଯୋଗ ଦେବେ ବୋଲି କେତେକ କହୁଛନ୍ତି। ଅମୀର ଖାନଙ୍କ ଅଭିନୟର ସେ ଜଣେ ବଡ଼ ଫ୍ୟାନ୍ ଥିବାରୁ ତାଙ୍କ ଅଭିନୟକୁ ନକଲ କରିଥିଲେ ଓ ଏପରି ସଫଳତା ତାଙ୍କୁ ଅଭିଭୂତ କରିଛି। ଭବିଷ୍ୟତରେ ଅମୀରଙ୍କ ସହିତ ଅଭିନୟ କରିବା ତାଙ୍କର ଏକ ବଡ଼ ଲକ୍ଷ୍ୟ ଓ ସ୍ୱପ୍ନ ବୋଲି ସେ କହିଛନ୍ତି । ଉତ୍ତମଙ୍କର ଏହି ସାଂସ୍କୃତିକ ଓ ଅଭିନୟର ଜୟଯାତ୍ରା ବହୁ ଦିନର । ମ୍ୟୁନିସିପାଲ ମହାବିଦ୍ୟାଳୟର ନାଟ୍ୟ ସମ୍ପାଦକ ଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆନ୍ତଃମହାବିଦ୍ୟାଳୟ ନାଟକ ପ୍ରତିଯୋଗିତାରେ ନିଜ ମହାବିଦ୍ୟାଳୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଥିଏଟର କଳାକାର ଭାବେ ରାଉରକେଲାର କଳିଙ୍ଗ କଳା ପରିଷଦ, ପ୍ରତିଧ୍ୱନି, ଖୋର୍ଦ୍ଧାର ନାଟ୍ୟ ଚେତନା ଭଳି ଅନୁଷ୍ଠାନ ମାଧ୍ୟମରେ ଅଭିନୟ କଳା ନୈପୁଣତାକୁ ପ୍ରତିପାଦିତ କରିଛନ୍ତି । ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ଓ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଦ୍ୱାରା ଆୟୋଜିତ ଥିଏଟର କର୍ମଶାଳାରେ ଶିକ୍ଷା ଗ୍ରହଣ କରିଛନ୍ତି । ଥିଏଟରୁ ଆଲବମ୍ , ଫିଲ୍ମ ଜଗତରେ ଅଭିନୟର ଯାଦୁ ଦେଖାଉଛନ୍ତି । ଅନେକ ଆଲବମ୍ ଏବଂ ଟେଲି ଫିଲ୍ମରେ ଅଭିନୟ କରି ଢେର ପ୍ରଶଂସା ସାଉଁଟିଛନ୍ତି।

- Advertisement -

ବରଗଡ଼ର ଧନୁଯାତ୍ରା ମହୋତ୍ସବରେ ଅଭିନୟ ପାଇଁ ପ୍ରଶସ୍ତିପତ୍ର ପାଇବା ଠାରୁ ଅଭିନୟ ପାଇଁ ବହୁ ସମ୍ମାନ ଓ ସମ୍ବର୍ଦ୍ଧନା ତାଙ୍କୁ ମିଳିଛି । ନିଜର ଲୋକ ନୃତ୍ୟକଳାର ପାରଦର୍ଶିତା ପାଇଁ ସେ ବହୁବାର ସମ୍ବର୍ଦ୍ଧିତ ହୋଇଛନ୍ତି । ଅଭିନୟ ଯାତ୍ରାକୁ ଆହୁରି ସମ୍ବଦ୍ଧ କରି ଦର୍ଶକଙ୍କ ହୃଦୟ ଜିଣିବା ସହିତ ସେମାନଙ୍କ ନିକଟରେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଉତମ କହିଛନ୍ତି। ପୁରସ୍କାର ଓ ସମ୍ବର୍ଦ୍ଧନା ଏକ ସ୍ୱୀକୃତି ଭାବେ ତାଙ୍କୁ ପ୍ରୋତ୍ସାହନ ଓ ବାଟ ଦେଖାଇଥିବା ସେ କହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories