www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ଭୁବନେଶ୍ବର : ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଡା. ସ୍ମୃତି ମିଶ୍ରଙ୍କ ନେତୃତ୍ବରେ ଅଭିଜ୍ଞ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ କିଡ୍‌ନୀ ସୁସ୍ଥ ଥିବାବେଳେ ନିମୋନିଆର ଚିକିତ୍ସା କରାଯାଉଥିବା ଡାକ୍ତର କହିଛନ୍ତି। ଜନ୍ମମାଟି ବାରିପଦାରେ କୁନିଆ ଭାଇ ନାମରେ ପରିଚିତ ଉତ୍ତମଙ୍କ ଆଶୁ ଆରୋଗ୍ୟ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଛି। ମା’ ଅମ୍ବିକାଙ୍କ ନିକଟରେ ମଧ୍ୟ ପ୍ରାର୍ଥନା କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଭାବେ ଉତ୍ତମ ନିଆରା ଛାପ ସୃଷ୍ଟି କରିଛନ୍ତି। ଉତ୍ତମ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି। ହସ୍ପିଟାଲରେ ଅଭିନେତା ପୁତ୍ର ବାବୁସାନ, ପୁତ୍ରବଧୂ ତୃପ୍ତି, ଅଭିନେତା ରବି ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories