ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କୋରାପୁଟ ଜିଲା କୋଟପାଡ଼ ବ୍ଲକର ଏଡିଇଓ ପାର୍ଥସାରଥୀ ବିଶୋୟୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ବିଶୋୟୀଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଗୁରୁବାର ଚଢ଼ାଉ କରିଛି। ସୂଚନା ଅନୁସାରେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆସ୍ଥିତ ପୈତୃକ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ ଜାରି ରଖିଛନ୍ତି।



