www.samajalive.in
Saturday, December 6, 2025
14.1 C
Bhubaneswar

ଲାଗୁ ହେବନି ନୂତନ ରେରା ଆଇନ୍

କଟକ : ୨୦୧୭ ମସିହା ପୂର୍ବରୁ ନିର୍ମାଣ ହୋଇଥିବା ଫ୍ଲାଟ୍‌‌ ବା ପ୍ରକଳ୍ପ ଉପରେ ନୂତନ ରେରା(ଓଡ଼ିଶା ରିଅଲ୍‌‌ ଇଷ୍ଟେଟ୍‌‌ ରେଗୁଲେଟୋରୀ ଅଥରିଟି) ଆଇନ୍ ଲାଗୁ ହୋଇପାରିବ ନାହିଁ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ବୁଧବାର ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାେଦଶ ବଳବତ୍ତର ରହିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଏହା ଉପରେ ଜବାବ ଦାଖଲ ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ଫେବୃଆରୀ ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ଲଗି ଧାର୍ଯ୍ୟ ହୋଇଛି। ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଫେବୃଆରୀ ପହିଲାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩ ଜୁନ୍‌‌ ୨୮ରୁ ରାଜ୍ୟରେ ଲାଗୁ ହୋଇଥିବା ନୂତନ ରେରା ଆଇନ୍ ବଳରେ କୌଣସି ଫ୍ଲାଟ୍‌‌ର ସର୍ବସାଧାରଣଙ୍କ ପାଇଁ ଥିବା ସ୍ଥାନ ଉପରେ ଅାଲର୍ଟିଜ୍‌ ଆସୋସିଏସନର ଅଧିକାର ରହିବ। ଏହି ଆଇନ ବଳରେ ଅାଲର୍ଟିଜ୍‌ଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯାଇଛି । ଏହା ଦ୍ୱାରା କିନ୍ତୁ ଫ୍ଲାଟ୍‌‌ ମାଲିକମାନେ ଫ୍ଲାଟ୍‌‌ ବିକ୍ରି-ଖର୍ଦିରେ ବହୁ ସମସ୍ୟା ଭୋଗୁଛନ୍ତି। ରେରା ଆଇନ୍ ଆସିବା ପୂର୍ବରୁ ଅର୍ଥାତ ୨୦୧୭ ଫେବୃଆରୀ ୨୫ ପୂର୍ବରୁ ଯେଉଁସବୁ ଫ୍ଲାଟ୍‌‌ ନିର୍ମାଣ ଶେଷ ହୋଇଛି ସେମାନଙ୍କୁ ପଞ୍ଜୀକରଣ ପାଇଁ ଅନୁମତି ଦେବାକୁ ନିର୍ଦେଶ ଦେଇଥିଲେ । ଏହି ବିଜ୍ଞପ୍ତିକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନୂତନ ରେରା ଆଇନ ବିଧାନସଭାରେ ପାରିତ ହେବା ପରେ ରାଜ୍ୟରେ ଲାଗୁ ହୋଇଛି। ଏଭଳି ଏକ ଆଇନକୁ ଜଣେ ସରକାରୀ ଅଧିକାରୀ କିପରି ଏକ ବିଜ୍ଞପ୍ତି ଜରିଆରେ ସଂଶୋଧନ କଲେ ସେ ନେଇ ଆବେଦନକାରୀ ପ୍ରଶ୍ନ କରିଛନ୍ତି। ହାଇକୋର୍ଟ ଆବେଦନକୁ ଗ୍ରହଣ କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ୍‌‌ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories