www.samajalive.in
Monday, December 15, 2025
17.1 C
Bhubaneswar

‘ଡିଜିଟାଲ ହେବ ଉତ୍କଳ’; ‘ଉତ୍କଳ ଅଭିଡି’ ଓ ‘ମିଡ଼ିଆରେ ଉତ୍କଳ’ ଉନ୍ମୋଚିତ

ଭୁବନେଶ୍ବର : କରୋନା ସମୟରେ ଅନ୍‌ଲାଇନ୍‌ ପାଠପଢ଼ାର ଗୁରୁତ୍ବ ବଢ଼ିଛି। ଆଗାମୀଦିନରେ ବିଶ୍ବବିଦ୍ୟାଳୟର ଡିଜିଟାଲ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ପ୍ରୟାସ କରାଯିବ ବୋଲି ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଅ‌ାଚାର୍ଯ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସରେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କୁଳପତି ପ୍ରଫେସର ଆଚାର୍ଯ୍ୟ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇତିହାସ ମନେ ପକାଇବା ସହ ସବୁଜ, ସୁସ୍ଥ ଓ ସୁରକ୍ଷିତ କ୍ୟାମ୍ପସ୍‌ ଆମର ମୂଳଲକ୍ଷ୍ୟ ବୋଲି କହିଥିଲେ। ଆଗାମୀ ଦିନରେ ଏ ଦିଗରେ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ବାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ପ୍ରାକ୍ତନ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଭୟଶୂନ କ୍ୟାମ୍ପସ୍‌ର ଆବଶ୍ୟକତା ରହିଛି। ସତ୍ୟବାଦୀ ଦର୍ଶନରେ ପ୍ରେରିତ ହୋଇ ଉତ୍କଳ ମଣିଷ ତିଆରି କାରଖାନା ଭାବେ କାମ କରିବ ବୋଲି ସେ ଆଶାପ୍ରକଟ କରିଥିଲେ। ଏହି ଅବସରରେ ‘ଉତ୍କଳ ଅଭିଡ଼ି’ ଓ ‘ମିଡ଼ିଆରେ ଉତ୍କଳ’ ନାମକ ଦୁଇଟି ସ୍ମରଣିକା ଉନ୍ମୋଚିତ ହୋଇଥିଲା। କ୍ୟାମ୍ପସ୍‌ର ନବନିର୍ମିତ ଧର୍ମପଦ ଦୀକ୍ଷାନ୍ତ ପ୍ରେକ୍ଷାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତକୁମାର ମଲ୍ଲିକ ସ୍ବାଗତ ଭାଷଣ ଦେବା ସହ କହିଥିଲେ ଯେ ସ୍ବାଧୀନତା ଆନ୍ଦୋଳନ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇଥିଲା। ଜନଚେତନା ଓ ସାମଗ୍ରିକ ବିକାଶକ୍ଷେତ୍ରରେ ବିଶ୍ବବିଦ୍ୟାଳୟ କାମ କରିବା ଦରକାର ବୋଲି ସେ କହିଥିଲେ। କୁଳସଚିବ ଡକ୍ଟର ଅଭୟକୁମାର ନାୟକ ବିଶ୍ୱବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିବା ସହ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଫେସର ମିତାଲି ଚିନ୍ନାରା ମଞ୍ଚ ସଞ୍ଚାଳନ କରିଥିବାବେଳେ ଛାତ୍ର କଲ୍ୟାଣ ବିଭାଗର ନିର୍ଦେଶକ ଡକ୍ଟର ସୁଶାନ୍ତ ବଡ଼ମାଳୀ ଧନ୍ୟବାଦ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories