www.samajalive.in
Sunday, December 14, 2025
26.1 C
Bhubaneswar

ଗର୍ଭଗୃହରେ ୨ଗୋଷ୍ଠୀ ସେବକ ମୁହାଁମୁହିଁ

ପୁରୀ : ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ସମୟରେ ଶ୍ରୀମନ୍ଦିର ଗର୍ଭଗୃହରେ ଦୁଇଗୋଷ୍ଠୀ ସେବକ ମୁହାଁମୁହିଁ ହୋଇଛନ୍ତି। ଏଥିଯୋଗୁଁ ନାଗାର୍ଜୁନ ବେଶ ପ୍ରାୟ ୩ଘଣ୍ଟା ବିଳମ୍ବରେ ସମ୍ପନ୍ନ ହୋଇଛି। ୨୨ଜଣ ସେବକଙ୍କୁ ନେଇ ନାଗାର୍ଜୁନ ବେଶ କରାଯିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିଲା। ରତ୍ନସିଂହାସନ ଉପରେ ୧୨ଜଣ ପୁଷ୍ପାଳକ ଏବଂ ତଳେ ୧୦ଜଣ ଖୁଣ୍ଟିଆ ମେକାପ ରହି ସେଥିରେ ସହଯୋଗ କରିବାକୁ ସ୍ଥିର କରାଯାଇଥିଲା। ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ପୁଷ୍ପାଳକ ସେବକ ରତ୍ନସିଂହାସନ ଉପରକୁ ଯାଇଥିଲେ। ବେଶ ଚାଲିଥିବା ବେଳେ ଶତାଧିକ ଅନ୍ୟସେବକ ଗର୍ଭଗୃହରେ ଭିଡ ଜମାଇଥିଲେ। ଏଥିଯୋଗୁଁ ଦୁର୍ମୂଲ୍ୟ ସୁବର୍ଣ୍ଣ ଅଳଙ୍କାର ଦେବାକୁ ଭଣ୍ଡାର ମେକାପ ରାଜି ହୋଇନଥିଲେ। ତେଣୁ ଦୁଇଗୋଷ୍ଠୀ ସେବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ଜଣେ ମୁଦିରସ୍ତଙ୍କୁ ପ୍ରତିହାରୀ ସେବକ ଭିତରକୁ ଛାଡି ନଥିଲେ। ଏହାର ପ୍ରତିବାଦ କରି ସଂପୃକ୍ତ ସେବକ ସେଠାରେ ପାଟିତୁଣ୍ଡ କରିଥିଲେ। ସେବକଙ୍କ ମଧ୍ୟରେ ଏଭଳି ବିବାଦ ଏବଂ ଯୁକ୍ତିତର୍କ ଯୋଗୁଁ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପ୍ରାୟ ୨ଘଣ୍ଟା ଧରି ଅଧାରେ ଅଟକି ରହିଥିଲା। ପ୍ରଶାସନିକ ଅଧିକାରୀମାନେ ଦୂରରେ ରହି ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ ଭିତରକୁ ଯିବାକୁ କେହି ସାହସ କରିନଥିଲେ। ଏହାପରେ ପୁଷ୍ପାଳକ, ଭଣ୍ଡାର ମେକାପ, ଖୁଣ୍ଟିଆ, ପ୍ରତିହାରୀ ଓ ମୁଦିରସ୍ତଙ୍କୁ ଗର୍ଭଗୃହ ବାହାରକୁ ଡକାଇ ଜିଲାପାଳ ବଲୱନ୍ତ ସିଂହ ଆଲୋଚନା କରିଥିଲେ। ବିବାଦର ଆପୋସ ସମାଧାନ ପରେ ଶ୍ରୀମନ୍ଦିର ଭଣ୍ଡାରଘରୁ ସୁବର୍ଣ୍ଣ ଅଳଙ୍କାର ଅଣାଯାଇ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories