www.samajalive.in
Monday, December 15, 2025
14.1 C
Bhubaneswar

ବରିଷ୍ଠ ନାଗରିକ ଦେଶର ସଂପଦ, ରାଷ୍ଟ୍ରର ଭବିଷ୍ୟତ ଯୁବପିଢ଼ି

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ଏବଂ ହେଲ୍ପ ଏଜ ଇଣ୍ଡିଆର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଆସନ୍ତୁ ଦୂରତାକୁ କମ କରିବା: ଆମେ ଏବଂ ଆମର ଜେଜେବାପା-ଜେଜେମାଙ୍କୁ ସମୟ ଦେବା’ ବିଷୟବସ୍ତୁ ଉପରେ ଏକ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ହେଲ୍ପ ଏଜ ଇଣ୍ଡିଆର ହେଲ୍ପ ୟୁନାଇଟ ଜେନେରେସନ୍ (ଏଚୟୁଜି) କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗ ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆନ୍ତଃ-ପିଢ଼ି ବନ୍ଧନକୁ ପ୍ରୋତ୍ସାହିତ ଏବଂ ଯୁବକମାନଙ୍କୁ ଦାୟିତ୍ୱବାନ ନାଗରିକ ହେବାକୁ ପ୍ରସ୍ତୁତ କରିବା ଆଭିମୁଖ୍ୟ ରହିଛି। ବରିଷ୍ଠ ନାଗରିକ ଦେଶର ସଂପଦ ଏବଂ ଯୁବ ପିଢ଼ି ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍‌ସିଂ ନିର୍ଦେଶିକା ପ୍ରଫେସର ନବନୀତା ରଥ, ଆସାମ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନର ପ୍ରଫେସର ବି.କେ.ବେହେରା, ହେଲ୍ପ ଏଜ ଇଣ୍ଡିଆ ରାଜ୍ୟ ମୁଖ୍ୟ ଭାରତୀ ଚକ୍ର ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଏବଂ ଯୁବବର୍ଗଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ତନୟା ମହାନ୍ତି, ହେଲ୍ପ ଏଜ୍ ଇଣ୍ଡିଆ ପରାମର୍ଶଦାତା ଦେବଶ୍ରୀ ବ୍ରହ୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories