www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ବିଶ୍ୱ ହାତୀ ସୁରକ୍ଷା ଦିବସ

ଡେସ୍କ: ଆଜି ବିଶ୍ୱ ହାତୀ ସୁରକ୍ଷା ଦିବସ ପାଳନ କରାଯାଉଛି। ବିଶ୍ୱ ପରିବେଶରେ ହାତୀର ଗୁରୁତ୍ୱକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। କିନ୍ତୁ ପ୍ରତିବର୍ଷ ହାତୀମାନଙ୍କର ଶିକାର କରାଯିବାରୁ ସେମାନଙ୍କ ସଂଖ୍ୟାରେ ହ୍ରାସ ଘଟୁଛି। ଏହାଛଡ଼ା ହାତୀମାନଙ୍କର ମନୁଷ୍ୟ ଦ୍ୱାରା ଅପବ୍ୟବହାର କରାଯାଉଛି ଓ ସହରୀକରଣ ଯୋଗୁଁ ସେମାନଙ୍କର ଆବାସସ୍ଥଳୀ ସଂକୁଚିତ ହେବାରେ ଲାଗିଛି।

୨୦୧୨ ମସିହା ଅଗଷ୍ଟ ୧୨ ତାରିଖରେ ପ୍ରଥମକରି ବିଶ୍ୱ ହାତୀ ସୁରକ୍ଷା ଦିବସ ପାଳନ କରାଯାଇଥିଲା। ଥାଇଲ୍ୟାଣ୍ଡ ଭିତ୍ତିକ ସଂଗଠନ – ଏଲିଫ୍ୟାଣ୍ଟ୍‍ ରି-ଇଣ୍ଟ୍ରୋଡକ୍‍ସନ ଫାଉଣ୍ଡେସନ୍‍ କାନାଡା ଚଳଚ୍ଚିତ୍ର ନିର୍ମାତା ପାଟ୍ରିସିଆ ସିମ୍‍ସଙ୍କ ସହ ମିଶି ହାତୀ ସୁରକ୍ଷା ଦିବସ ପାଳନ ଆରମ୍ଭ କରିଥିଲେ। ସେବେଠାରୁ ଏହି ଦିନଟିକୁ ହାତୀମାନଙ୍କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି ପାଇଁ ପାଳନ କରାଯାଇ ଆସୁଛି।

- Advertisement -

ବିଶ୍ୱ ହାତୀ ସୁରକ୍ଷା ଦିବସ ହାତୀମାନଙ୍କର ଶିକାର କରିବାକୁ ରୋକିବା ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ ସହଯୋଗ କରିବା ଲାଗି ଲୋକମାନଙ୍କୁ ପ୍ରବର୍ତ୍ତାଇବାକୁ ଉଦ୍ଦିଷ୍ଟ। ତା’ଛଡ଼ା ହାତୀଦାନ୍ତ ବିକ୍ରୟକୁ ରୋକିବା ପାଇଁ ମଧ୍ୟ ଏହାର ପାଳନ କରାଯାଉଛି। ହାତୀମାନଙ୍କର ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ସେମାନଙ୍କ ପାଇଁ ଅଭୟାରଣ୍ୟ ସୃଷ୍ଟି କରିବା ଓ ପାଳିତ ହାତୀମାନଙ୍କ ପାଇଁ ବିକଳ୍ପ ଆବାସସ୍ଥଳୀ ନିର୍ମାଣ କରିବାକୁ ମଧ୍ୟ ଏହି ଦିବସରେ ଲୋକମାନଙ୍କୁ ସଚେତନ କରାଯାଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories