www.samajalive.in
Sunday, December 14, 2025
14.1 C
Bhubaneswar

ପୂର୍ତ୍ତ ଓ ବିଦ୍ୟୁତ ବିଭାଗ ମଧ୍ୟରେ ରହୁନି ତାଳମେଳ

କଲ୍ୟାଣସିଂହପୁର:ପୂର୍ତ୍ତିବିଭାଗ ଓ ବିଦ୍ୟୁତ ବିଭାଗର ତାଳ ମେଳ ରହୁନଥିବାରୁ ଡ୍ରେନ ମଝିରେ ବିଦ୍ୟୁତ ଖମ୍ବ ଠିଆ ହୋଇ ରହିଛି। ଯାହା ଫଳରେ ଡ୍ରେନ କାର୍ୟ୍ୟରେ ବାଧା ସୃଷ୍ଟି ହୋଉଛି। ଏହି ଘଟଣାଟି ରାୟଗଡା ଜିଲା କଲ୍ୟାଣସିଂହପୁର ସଦର ମହକୁମାଠାରୁ ଦେଖିବାକୁ ମିଳିଛି। ସିକରପାଇ ଠାରୁ କଲ୍ୟାଣସିଂହପୁର ପର୍ୟ୍ୟନ୍ତ ରାଜ୍ୟ ରାଜପଥ ରାସ୍ତା ନିର୍ମାଣ କାର୍ଯ୍ୟମନ୍ଥର ଗତିରେ ଚାଲୁଥିବା ବେଳେ ରାସ୍ତାଟି ଅଣ ଓସାରିଆ କରିବା ପାଇଁ ପୂର୍ତ୍ତି ବିଭାଗ ପୁରୁଣା ରାସ୍ତାର ମଧ୍ୟ ଭାଗରୁ ଉଭୟ ପାର୍ଶ୍ବ ସରକାର ନିୟମ ଅନୁଯାୟୀ ୩୩ଫୁଟ କାଟିବା ବଦଳରେ ୩୦ଫୁଟ କାଟିଛନ୍ତି। ତାହା ମଧ୍ୟ କିଛି ସ୍ଥାନରେ ରାସ୍ତାକୁ ସଠିକ ମାପ ନ କରି ଚିହ୍ନଟ କରିଥିବାରୁ ସେହି ଅନୁସାରେ ବିଦ୍ୟୁତ ବିଭାଗ ପୋଲ ପୋତି ବିଦ୍ୟୁତ ତାର ଟାଣି ନିଜ କାମ ସାରିଦେଇଛି। ସେଥିମଧ୍ୟରେ ବ୍ଲକ ଠାରୁ ଡ୍ରେନ କାର୍ଯ୍ୟ ଆରମ୍ଭ କରି ମୁଖ୍ୟ ବଜାରପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ବେଳେ ମୁଖ୍ୟ ରାସ୍ତାର ପାଇକସାହିକୁ ଯିବା ରାସ୍ତା ଠାରେ ଏକ ବିଦ୍ୟୁତ ଖମ୍ବ ରହିଛି। ତାହା ଡ୍ରେନ ମଝିରେ ରହିଥିବାରୁ ସେହି ସ୍ଥାନରେ ସେହି ସ୍ଥାନରେ କାମ ଅଟକି ରହିଛି । ତୁରନ୍ତ ବିଦ୍ୟୁତ ଓ ପୂର୍ତ୍ତ ବିଭାଗ ଦୃଷ୍ଟି ଦେଇ ଉକ୍ତ ବିଦ୍ୟୁତ ଖମ୍ବକୁ ସେହି ସ୍ଥାନରୁ ବାହାର କରି ନିୟମ ଅନୁଯାୟୀ ପୋତିଲେ ଡ୍ରେନ କାର୍ଯ୍ୟ ଆରମ୍ଭ କରାଯିବ। ଉକ୍ତ ରାଜ୍ୟ ରାଜପଥଟି ଆରମ୍ଭ ହୋଇ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ପୂର୍ତ୍ତି ବିଭାଗ, ଜଳ ପରିମଳ ବିଭାଗ, ବିଦ୍ୟୁତ ବିଭାଗ ଓ ଠିକାଦାରଙ୍କ ମନମୁଖୀ ଶାସନ ଯୋଗୁଁ ରାସ୍ତା କାମ ସମ୍ପୂର୍ଣ୍ଣ ହେଉନଥିବା ପରିଲକ୍ଷିତ ହୋଇଛି। ଅନେକ ସ୍ଥାନରେ ନୂତନ ପାଇପ ଲାଇନ ସଂଯୋଗ କରାଯାଇନଥିବା ଯୋଗୁଁ ଆଜକୁ ପ୍ରାୟ ୧୫ଦିନ ହେବ ବିଶୁଦ୍ଧ ପାନୀୟ ଜଳରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି। ତୁରନ୍ତ ଉକ୍ତ ବିଦ୍ୟୁତ ଖମ୍ବ ଘୁଞ୍ଚାଇବା ପାଇଁ ପଞ୍ଚାୟତବାସୀ ଦାବିକରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories