www.samajalive.in
Saturday, December 13, 2025
23.1 C
Bhubaneswar

ରବିବାର ସୋରିଷରେ କରନ୍ତୁ ଏହି ଉପାୟ : ଦୂର ହେବ ଅନେକ ସମସ୍ୟା

ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ସୋରିଷ ନିଶ୍ଚିତ ରୂପେ ଉପଲବ୍ଧ। ଏହା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହେବା ସହ ଜୀବନର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରବିବାର ଦିନ ସୋରିଷର ଖାସ ଉପାୟ ଦ୍ୱାରା ଅନେକ ସମସ୍ୟାକୁ ଏଡ଼ାଇ ହେବ। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

-ସୋରିଷକୁ ଘରର କୌଣସି କୋଣରେ ଲୁଚାଇ ରଖିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ।
-ଯଦି କୌଣସି କାର୍ୟ୍ୟରେ ବାଧା ଉପୁଜୁଛି ଓ କାର୍ଯ୍ୟ ହୋଇପାରୁ ନାହିଁ ତେବେ ରବିବାର ଦିନ ଗରିବକୁ ସୋରିଷ ଦାନ କରିବା ସହ ଦକ୍ଷିଣା ମଧ୍ୟ ପ୍ରଦାନ କରନ୍ତୁ। ଏହାଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ।
-ରିବବାର ସକାଳେ ଏକ ପାତ୍ରରେ ପାଣି ଭର୍ତ୍ତି କରି ସୋରିଷ ପତ୍ର ପକାଇ ରଖନ୍ତୁ। ଏହାକୁ ସୂର୍ଯ୍ୟଙ୍କ ସାମ୍ନାରେ ରଖି ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ପଢନ୍ତୁ। ପ୍ରତ୍ୟେକ ଥର ମନ୍ତ୍ର ଉଚ୍ଚାରଣ କରିବା ପରେ ପାଣି ପାତ୍ରରେ ଫୁଙ୍କନ୍ତୁ। ଏବେ ଏହି ଜଳରେ ଗାଧୋଇବା ଦ୍ୱାରା ଦାରିଦ୍ର୍ୟତାରୁ ମୁକ୍ତି ମିଳିଥାଏ।
-ଧନବାନ ହେବା ପାଇଁ ରବିବାର ସୂର୍ଯ୍ୟାସ୍ତ ସମୟରେ ୧୦୮ଟି ସୋରିଷକୁ ନେଇ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ। ଏବେ ଏହାକୁ ଅଶ୍ଵତ୍ଥ ଗଛ ତଳେ ପୋତିଦିଅନ୍ତୁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
-ଯଦି ଆପଣଙ୍କ ଉପରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ, ତେବେ ରବିବାର ଦିନ ସୋରିଷ ଏବଂ ଲୁଣ ଦ୍ୱାରା ନଜର ଉତାରନ୍ତୁ।
-ଯେଉଁ ଲୋକଙ୍କ ଘରେ ବାସ୍ତୁ ଦୋଷ ରହିଛି, ସେମାନଙ୍କର କୌଣସି ଉନ୍ନତି ହୋଇପାରେ ନାହିଁ। ସେମାନେ ଘରର ଏକ କୋଣରେ କାଗଜରେ ସୋରିଷ ଏବଂ ଲୁଣ ରଖିଦିଅନ୍ତୁ। ଏହି କାମ କେବଳ ରବିବାର ଦିନ କରିବେ। ଏହାକୁ ପରଦିନ ସକାଳେ ଜଳାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ।
-ଯଦି କୌଣସି ବ୍ୟକ୍ତିଙ୍କର ଚିଡ଼ିଚିଡ଼ା ସ୍ୱଭାବ ରହିଛି, ତେବେ ସୋରିଷ ଏବଂ ଲଙ୍କା ନେଇ ସାତ ଥର ମୁଣ୍ଡ ଉପରେ ବୁଲାଇ ବାହାରେ ପକାଇ ଦିଅନ୍ତୁ କିମ୍ବା ଜଳାଇ ଦିଅନ୍ତୁ। ଏପରି କଲେ ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
-ଯଦି ଆପଣ ଧାର-କରଜ କରି ଚିନ୍ତିତ ରହିଛନ୍ତି, ତେବେ ରବିବାର ଦିନ ସୋରିଷ ଏବଂ ସୋରିଷ ତେଲ ଅଶ୍ଵତ୍ଥ ଗଛ ମୂଳେ ଚଢାନ୍ତୁ। ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
-ମାନ ସମ୍ମାନ ପାଇବା ପାଇଁ ରବିବାର ସୂର୍ଯ୍ୟଦେବଙ୍କୁ ଜଳରେ ସୋରିଷ ମିଶାଇ ଅର୍ପଣ କରନ୍ତୁ। ଏହାଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories