www.samajalive.in
Tuesday, December 9, 2025
16.1 C
Bhubaneswar

ପାକିସ୍ତାନର ଆଇଏସଆଇଠାରୁ ଟଙ୍କା ନେଉଛନ୍ତି ବିଜେପି ଏବଂ ବଜରଙ୍ଗ ଦଳ: ଦିଗବିଜୟ ସିଂହ

ଭୋପାଳ : କଂଗ୍ରେସର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଶନିବାର ଭିଣ୍ଡଠାରେର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦିଗବିଜୟ କହିଛନ୍ତି ଯେ ବିଜେପି ଏବଂ ବଜରଙ୍ଗ ଦଳ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇଠାରୁ ଟଙ୍କା ନେଉଛନ୍ତି। ଅଣମୁସଲମାନ ଲୋକ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ଏଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ।

ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପିର ଦେଶଭକ୍ତି ସାରା ଦେଶ ଜାଣିଛି। ଦିଗବିଜୟ ଚର୍ଚ୍ଚାରେ ରହିବା ପାଇଁ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ସେ ପାକିସ୍ତାନର ଭାଷା କହୁଛନ୍ତି। ପାକିସ୍ତାନ ରାହୁଲ ଗାନ୍ଧୀଙ୍କ କଥା କହୁଛି। ବିଜେପି- ଆରଏସଏସ ଦେଶଭକ୍ତିକୁ ବିଶ୍ୱ ଏବଂ ଦେଶ ଜାଣିଛି।
ଦିଗବିଜୟ ନିଜ ମନ୍ତବ୍ୟ ଉପରେ ରବିବାର ସ୍ପଷ୍ଟୀକରଣ ଦେଇ ଟ୍ୱିଟ୍‍ କରିଛନ୍ତି ଯେ କେତେକ ଟିଭି ଚ୍ୟାନେଲ ପ୍ରସାରଣ କରୁଛନ୍ତି ଯେ ଆଇଏସଆଇଠାରୁ ବିଜେପି ଟଙ୍କା ନେଇ ଗୁପ୍ତଚର କାର୍ଯ୍ୟ କରୁଥିବା କଥା ମୁଁ କହିଛି। ମାତ୍ର ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଅଟେ। ଆଇଏସଆଇଠାରୁ ଟଙ୍କା ନେଇ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ବଜରଙ୍ଗ ଦଳ ଏବଂ ବିଜେପି ଆଇଟି ସେଲର ପଦାଧିକାରୀଙ୍କୁ ମଧ୍ୟପ୍ରଦେଶ ପୁଲିସ୍‍ ଗିରଫ କରିଛି ଓ ମୁଁ ଏହି କଥା ହିଁ କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories