www.samajalive.in
Tuesday, December 9, 2025
16.1 C
Bhubaneswar

ବିହାର ଜେଲରେ କୁଖ୍ୟାତ ଅପରାଧୀ ପାଳିଲେ ଜନ୍ମୋତ୍ସବ

ପାଟନା: ବିହାରରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ବେଆଇନ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭିଡ ହିଂସା ମଧ୍ୟ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ବିହାର ସୀତାମାଢି ଜେଲର ଏକ ଦୃଶ୍ୟ ସାମ୍ନାକୁ ଆସିଛି । କଏଦୀମାନେ ଜେଲରେ ଜନ୍ମଦିନର ଉତ୍ସବ ପାଳନ କରୁଥିବା ବେଳେ ଭୋଜି ଭାତର ଆସର ଜମାଇଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ଦରଭଙ୍ଗାର ଡବଲ୍‌ ଇଞ୍ଜିନିୟର୍‌ ହତ୍ୟା ମାମଲାରେ ପିଣ୍ଟୁ ତିଓ୍ଵାରି ନାମକ ଜଣେ ଅଭିଯୁକ୍ତ ସୀତାମାଢି ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି । ହେଲେ ଗତ ଗୁରୁବାର ସନ୍ଧ୍ୟାରେ ଜେଲ ମଧ୍ୟରେ ଅନ୍ୟ କଏଦୀଙ୍କ ସହ ମିଶି ସେ ଜନ୍ମଦିନ ଉତ୍ସବ ପାଳନ କରି ଏବେ ଚର୍ଚ୍ଚାକୁ ଆସିଛି । ଜନ୍ମଦିନର କେକ୍ କାଟିବା ସହ କଏଦୀମାନଙ୍କୁ ମିଠା ବାଣ୍ଟିଛି । ସେହିପରି ଅନ୍ୟ କଏଦୀମାନେ ମଧ୍ୟ ପିଣ୍ଟୁକୁ ଉପହାର ପ୍ରଦାନ କରିଛନ୍ତି । ଏହା ପରେ ପିଣ୍ଟୁ ଅନ୍ୟ କଏଦୀମାନଙ୍କୁ ଆମିଷ ଓ ନିରାମିଷ ଭୋଜି ଦେଇଥିଲା । ଏମାନେ ସମସ୍ତେ ଚଟାଣରେ ବସି ଭାତ ଓ ଖାସି ମାଂସ ତରକାରି ଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଜେଲ ମଧ୍ୟରେ ସମ୍ପୂର୍ଣ୍ଣ ଜନ୍ମୋତ୍ସବ ପାଳନକୁ ଏକ ମୋବାଇଲ ଫୋନରେ ରେକର୍ଡ କରାଯାଇଛି ।

ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌ ହେବା ପରେ ଜେଲ ମୁଖ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହାର ତଦନ୍ତ ପାଇଁ ଜିଲା ମୁଜାଫରପୁରର କେନ୍ଦ୍ରୀୟ ଜେଲ ଅଧୀକ୍ଷକ ରାଜୀବ କୁମାର ସିଂହଙ୍କୁ ଦାୟିତ୍ବ ଦିଆଯାଇଛି । ଶନିବାର ରାତିରେ ଜେଲ ଅଧୀକ୍ଷକ ରାଜୀବ କୁମାର ସିଂହ ସୀତାମଢି ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories