www.samajalive.in
Tuesday, December 9, 2025
17.1 C
Bhubaneswar

ମନୋଜ ମୁକୁନ୍ଦ ନାରାଭାନେ ହେଲେ ସେନାର ଉପମୁଖ୍ୟ

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ରବିବାର ସେନାର ଉପମୁଖ୍ୟ ପଦଭାର ଗ୍ରହଣ କରିଛନ୍ତି। ଲେପ୍ଟନାଣ୍ଟ ଜେନେରାଲ ନାରାଭାନେ ଭାରତୀୟ ସେନା ଇଷ୍ଟର୍ଣ୍ଣ କମାଣ୍ଡେର ନେତୃତ୍ୱ ନେଉଥିଲେ। ସେ ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅମ୍ବୁଙ୍କ ସ୍ଥାନ ନେଇଛନ୍ତି। ଅମ୍ବୁ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିଛନ୍ତି।

ସେନା ପକ୍ଷରୁ କୁହାଯାଇଛି ଯେ ଲେପ୍ଟନାଣ୍ଟ ଜେନେରାଲ ନାରାଭାନେ ପୂର୍ବୋତ୍ତର ଏବଂ ଜାମ୍ମୁ କାଶ୍ମୀର ଆତଙ୍କବାଦୀ ବିରୋଧୀ ଅଭିଯାନରେ ସକ୍ରିୟ ଥିଲେ। ଶ୍ରୀଲଙ୍କାରେ ସ୍ୱତନ୍ତ୍ର ଅଭିଯାନ ‘ପବନ’ ସମୟରେ ସେ ଭାରତୀୟ ଶାନ୍ତି ସେନାରେ ଭାଗ ନେଇଥିଲେ। ଜାମ୍ମୁ କାଶ୍ମୀରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲେପ୍ଟନାଣ୍ଟ ଜେନେରାଲ ନାରାଭାନେଙ୍କୁ ‘ସେନା ମେଡାଲ’ରେ ସମ୍ମାନିତ କରାଯାଇଥିଲା। ନାଗାଲାଣ୍ଡରେ ଆସାମ ରାଲଫଲ୍ସର ଇନ୍ସପେକ୍ଟର ଜେନେରାଲ ଥିବା ସମୟରେ ତାଙ୍କୁ ‘ବିଶିଷ୍ଟ ସେବା ମେଡାଲ’ରେ ସମ୍ମାନିତ ହୋଇଥିଲେ।

- Advertisement -

ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ଏହାପରେ ବରିଷ୍ଠତା ଆଧାରରେ ଲେପ୍ଟନାଣ୍ଟ ଜେନେରାଲ ନାରାଭାନେ ସେନା ମୁଖ୍ୟ ଦୌଡ଼ରେ ସାମିଲ ହୋଇଯିବେ। ନାରଭାନେ ୧୯୮୦ରେ ଶିଖ ଲାଇଟ ରେଜିମେଣ୍ଟର ୭ମ ବାଟାଲିୟନ କମିଶନ ପଦରୁ ନିଜ ସୈନ୍ୟ ଜୀବନ ଆରମ୍ଭ କରିଥିଲେ। ନିଜର ୩୯ ବର୍ଷର ସୈନ୍ୟ ଜୀବନରେ ସେ ଅନେକ ସଫଳତା ହାସଲ କରିଛନ୍ତି। ପୂର୍ବରେ ଚୀନ ସହ ଥିବା ୪୦୦୦ କିଲୋମିଟର ଲମ୍ବା ସୀମା ଉପରେ ନଜର ରଖିବାଠାରୁ ଆରମ୍ଭ କରି ଜାମ୍ମୁ କାଶ୍ମୀର, ପୂର୍ବତ୍ତୋରରେ ଆତଙ୍କବାଦୀ ନିରୋଧୀ ଅଭିଯାନରେ ସେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories