www.samajalive.in
Saturday, December 13, 2025
23.1 C
Bhubaneswar

ଜିଡିପି ପରେ ଜିଏସଟି ଝଟକା; ୧ ଲକ୍ଷ କୋଟି ତଳକୁ ଖସିଲା ଆଦାୟ

ନୂଆଦିଲ୍ଲୀ : ଜିଡିପି ଅଭିବୃଦ୍ଧି ହାର ଖସିବା ପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଆଦାୟରେ ମୋଦୀ ସରକାରଙ୍କୁ ଆଉ ଏକ ଝଟକା ଲାଗିଛି। ଅଗଷ୍ଟ ମାସରେ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ ତଳେ ରହିଛି। ରାଜସ୍ୱ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅଗଷ୍ଟରେ ୯୮,୨୦୩ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଛି। ଏହା ମଧ୍ୟରେ କେବଳ ଆମଦାନୀରୁ ୨୪ ହଜାର କୋଟି ଟଙ୍କାର ଜିଏସ୍‍ଟି ରହିଛି।

ତଥ୍ୟ ଅନୁସାରେ ୯୮,୨୦୩ କୋଟି ଟଙ୍କା ଜିଏସଟିରେ କେନ୍ଦ୍ର ଏବଂ ରାଜ୍ୟ ଉଭୟଙ୍କ ଭାଗ ରହିଛି। ୯୮ ହଜାର କୋଟିରୁ ୧୭,୭୩୩ କୋଟିରୁ ଅଧିକ ରାଶି କେନ୍ଦ୍ର ସରକାରଙ୍କର ଥିଲାବେଳେ ୨୪,୨୩୯ କୋଟି ଟଙ୍କା ରାଜ୍ୟରୁ ଏବଂ ୪୮,୯୫୮ କୋଟି ଟଙ୍କା ଆଇଜିଏସଟିରୁ ମିଳିଛି। ଜୁଲାଇରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୋଟ ୭୫.୮୦ ଲକ୍ଷ ଲୋକ ଜିଏସଟିଆର ୩ ବିରେ ରିଟର୍ଣ୍ଣ ଦାଖଲ କରିଛନ୍ତି। ଏଥିରୁ କେନ୍ଦ୍ର ସରକାରଙ୍କୁ ପାଖାପାଖି ୪୦ ହଜାର କୋଟି ଟଙ୍କା ରାଜସ୍ୱ ମିଳିଛି। ପଦାର୍ଥ ଏବଂ ସେବା ଉପରେ ଲାଗୁଥିବା କରର ଦୁଇଟି ଭାଗ ରହିଥାଏ। ଏଥିରୁ ଗୋଟିଏ ଭାଗ କେନ୍ଦ୍ର ଓ ଅନ୍ୟ ଭାଗ ରାଜ୍ୟ ସରକାରଙ୍କ ପାଖକୁ ଯାଇଥାଏ। ଗତ ବର୍ଷ ଅଗଷ୍ଟ ମାସରେ ୯୩,୯୬୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା। ଗତ ବର୍ଷ ଅଗଷ୍ଟ ମାସ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ମାସରେ ଜିଏସଟି ଆଦାୟରେ ୪.୫୧% ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ଗତ ଜୁଲାଇ ମାସରେ ୧,୦୨,୦୮୩ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ବେଳେ ଜୁନରେ ୯୯,୯୩୯ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା। ଜୁନ ଓ ଜୁଲାଇ ତୁଳନାରେ ଅଗଷ୍ଟରେ ଜିଏସଟି ଆଦାୟରେ ହ୍ରାସ ଘଟିଛି।

- Advertisement -

ପ୍ରକାଶ ଯୋଗ୍ୟ ଯେ ଆର୍ଥିକ ମାନ୍ଦାବାସ୍ଥାରୁ ଜିଏସଟି ପୂର୍ବରୁ ମୋଦୀ ସରକାରଙ୍କୁ ଜିଡିପି ଝଟକା ଲାଗିଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଅପ୍ରେଲ-ଜୁନ)ରେ ଜିଡିପି ଅଭିବୃଦ୍ଧି ହାର ୫.୮%ରୁ ହ୍ରାସ ପାଇ ୫%ରେ ପହଞ୍ଚିଛି। ଗତବର୍ଷର ପ୍ରଥମ ତ୍ରୈମାସ ସହ ତୁଳନା କଲେ ଜିଡିପି ଅଭିବୃଦ୍ଧି ହାରରେ ୩% ହ୍ରାସ ଘଟିଛି। ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୮% ରହିଥିଲା।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories