www.samajalive.in
Thursday, December 11, 2025
26.1 C
Bhubaneswar

ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ଦଳର ନେତାଙ୍କୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଇଡକଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଥିବାରୁ ଆଜିର ବୈଠକରେ ପ୍ରଥମ ଅଧିବେଶନରେ ଏହା ଉପରେ ଆଲୋଚନା ହୋଇଥଲା। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବିଧାୟକ , ସାଂସଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟର ସମସ୍ତ ଜିଲ୍ଲାର ସଭାପତି ମାନଙ୍କୁ ଉଦବୋଧନ ଦେଇ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ଆହ୍ୱାନ କରିଛନ୍ତି। ଦଳ ଚଳିତ ନିର୍ବାଚନରେ ବହୁତ ଭଲ ପ୍ରଦର୍ଶନ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ସାଧାରଣ ଲୋକଙ୍କ ପାଇଁ ଯେଉଁସବୁ କାର୍ୟ୍ୟକ୍ରମ ହୋଇଛି ସେହି ହକ୍ ସେମାନଙ୍କୁ ଦେବା ପାଇଁ ଫାଇଭ-ଟି ଫର୍ମୁଲାରେ କାର୍ଯ୍ୟ କରିବାକୁ କହିଥିଲେ । ବିଜେଡି ନେତାମାନେ କଥା ଓ କାମରେ ସମାନତା ରଖି ସାଧାରଣ ଲୋକଙ୍କ ମଧ୍ୟରେ ଖୁସି ଆଣିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଗାନ୍ଧିବାଦୀ ଅନୁଷ୍ଠାନ ସହ ମିଶି କାର୍ୟ୍ୟ କରିବା ଓ ଜୀବନବିନ୍ଦୁ କାର୍ୟ୍ୟକ୍ରମରେ ରକ୍ତଦାନ ଭଳି କାର୍ୟ୍ୟକୁ ଆଗେଇ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏହା ସହିତ ନବୀନ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ନିମନ୍ତେ ତାଙ୍କ ସରକାର ଆରମ୍ଭ କରିଥିବା ପ୍ରୟାସକୁ ରାଜନୀତିକସ୍ତରରେ ସମର୍ଥନ ଦେବା ପାଇଁ ନିଜର ଦଳୀୟ ପଦାଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ତାଙ୍କ ସରକାର ବିଜୁ ପଟ୍ଟନାୟକଙ୍କ ମହିଳା ସଂରକ୍ଷଣ ନେଇ ଦେଖିଥବା ସ୍ୱପ୍ନକୁ ସାକାର କରିବାକୁ ଯାଇ ୨୦୧୧ ମସିହାରେ ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ। ଚଳିତ ନିର୍ବାଚନ ସମୟରେ ବିଜେଡି ପକ୍ଷରୁ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ସଂରକ୍ଷଣ ଦେବା ପାଇଁ ବିଧାନସଭାରେ ଗୃହୀତ ହୋଇଥିବା ସଂକଳ୍ପକୁ ବହୁ ସମର୍ଥନ ମଳିଥିଲା ଏବଂ ବିଭିନ୍ନ ରାଜନୌତିକ ଦଳଠୁ ମଳିଥିବା ସମର୍ଥନ ସମ୍ପର୍କରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ ନବୀନ ପଟ୍ଟନାୟକ।

ଆସନ୍ତାକାଲି ଠାରୁ ଆରମ୍ଭ ହେଉଥବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଜେଡିର ପରିଧି ଓ ପରିସର ଆହୁରି ବ୍ୟାପକ କରାଯିବ ବୋଲି ନବୀନ ସଙ୍କେତ ଦେଇ ନୂତନ ଭୋଟରଙ୍କୁ ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନ ପ୍ରତ୍ୟେକ ସ୍ତରରେ କିଭଳି ପରିଚାଳନା ହେଉଛି ତା’ର ସବିଶେଷ ତଥ୍ୟ ଓ ଫଟୋଗ୍ରାଫ ଦୈନିକ ତାଙ୍କ ପାଖକୁ ପଠାଇବା ଓ ସେ ଏହାର ନିୟମିତ ସମୀକ୍ଷା କରିବେ ବୋଲି ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଏହି ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନକୁ ନେଇ ପ୍ରସ୍ତୁତ ହୋଇଥିବା ରୋଡ୍ମ୍ୟାପ୍ ସମ୍ପର୍କରେ ସାଧାରଣ ସଂପାଦକ ଅରୁଣ ସାହୁ ଦଳୀୟ ନେତାମାନଙ୍କୁ ସୂଚନା ଦେଇଥିଲେ। ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ପ୍ରତି ୱାର୍ଡରେ ୪ଜଣ, ଏନଏସିରେ ୫ଜଣ ଓ ମ୍ୟୁନିସପାଲଟିରେ ୧୫ଜଣ ମହାନଗର ନିଗମରେ ୪୦ଜଣ ସକ୍ରିୟ ସଭ୍ୟ ରହିବେ। ଜଣେ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବାକୁ ପଡ଼ିବ। ସଭ୍ୟ ସଂଗ୍ରହରେ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା ଦଳର ସମ୍ପୃକ୍ତ ସଭ୍ୟଙ୍କୁ ସରକାରୀ ଯୋଜନାରୁ ସୁବିଧା ମିଳୁଛି କି ନାହିଁ ତାହା ଜଣାପଡ଼ିବ। ବିଜେଡିର ସଭ୍ୟ ସଂଗ୍ରହର ସମସ୍ତ ତଥ୍ୟ ଦଳର ୱେବସାଇଟରେ ଉପଲବ୍ଧ ହେବ। ତା’ଛଡ଼ା ଅନଲାଇନରେ ମଧ୍ୟ ବିଜେଡି ୱେବସାଇଟକୁ ଯାଇ ଜଣେ ଦଳର ସଭ୍ୟ ହୋଇପାରିବ। ଦଳର ଏବେ ପ୍ରାୟ ୪୭ଲକ୍ଷ ସଭ୍ୟ ଥିବାବେଳେ ଚଳିତବର୍ଷ ଏଥିରେ ଆଉ ପ୍ରାୟ ୩୦ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories