BJD Bijuli 480×75 Mob

ଲଦାଖରେ ଶହୀଦ ଯବାନଙ୍କୁ ଆମେରିକାର ଶ୍ରଦ୍ଧାଞ୍ଜଳି; କହିଲା ଆମେ ଭାରତବାସୀଙ୍କ ସାଥୀରେ ଅଛୁ

BJD Bijuli 480×75 Mob

ୱାଶିଂଟନ: ଲଦାଖର ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ସହିତ ହୋଇଥିବା ସଂଘର୍ଷରେ ଶହୀଦ ଯବାନମାନଙ୍କ ପ୍ରତି ଆମେରିକା ଶ୍ରଦ୍ଧାଞ୍ଜଳି ଜଣାଇଛି। ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ ଚୀନ୍‌ର ବରିଷ୍ଠ କୂଟନୀତିଜ୍ଞ ୟାଙ୍ଗ ଜିଏଚିଙ୍କ ସହ ଟେଲିଫୋନରେ ଏକ ବୈଠକ କରିବାର କିଛି ଘଣ୍ଟା ପରେ କହିଛନ୍ତି ଯେ, ଚୀନ୍ ସହିତ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କ ପରିବାରକୁ ଆମେ ଗଭୀର ସମବେଦନା ଜଣାଉଛୁ। ଏହି ଦୁଃଖ ସମୟରେ ଆମେ ସେହି ସୈନିକମାନଙ୍କ ପରିବାର, ସେମାନଙ୍କ ପ୍ରିୟଜନ ଏବଂ ଭାରତର ଲୋକଙ୍କ ସହିତ ଅଛୁ।

ତେବେ ପମ୍ପିଓ ଏବଂ ୟାଙ୍ଗ ଜିଏଚିଙ୍କ ମଧ୍ୟ ହୋଇଥିବା ଆଲୋଚନାରେ ପୂର୍ବ ଲଦାଖରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରସଙ୍ଗ ଉଠିଛି କି ନାହିଁ ସେ ନେଇ ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଦୁଇଦିନ ତଳେ ହ୍ବାଇଟ୍‌ ହାଉସ ପକ୍ଷରୁ କୁହାଯାଇଥିଲା ଯେ, ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ବିଷୟରେ ଆମେ ଅବଗତ ଅଛୁ। ଏହାର ଶାନ୍ତିପୂର୍ଣ୍ଣ ସମାଧାନ ହେଉ ବୋଲି ଆମେରିକା ଚାହୁଁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ।

Comments are closed.