www.samajalive.in
Saturday, December 6, 2025
26.1 C
Bhubaneswar

ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗ: ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଭାରତ-ଚୀନ ସୀମାରେ ଉତ୍ତେଜନା ଓ ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ଆକ୍ରମଣ ରେ ୨୦ ଭାରତୀୟ ଯବାନ ସହିଦ ହେବା ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହି ଗୁରୁତ୍ବପୂର୍ଣ୍ଣ ଯୋଗଦେବାକୁ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡିକୁ ଆମନ୍ତ୍ରଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।  ଆଜିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସଂସଦରେ ୫ରୁ ଅଧିକ ପ୍ରତିନିଧିତ୍ବ ଥିବା ଦଳ ଗୁଡିକର ମୁଖ୍ୟ ମାନେ ଯୋଗେ ଦେବେ ବୋଲି ଜଣାପଡିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ ଓ ଚୀନ ସୀମାର ଲଦ୍ଦାଖରେ ଦେଖାଯାଇଥିବା ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଏହି ବୈଠକ ଆଜି ସନ୍ଧ୍ୟା ୫ଟାରେ ଭର୍ଚ୍ୟୁଆଲ ମିଟିଂ ଜରିଆରେ ଅନୁଷ୍ଠିତ ହେବ । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଏନସିପି ପ୍ରମୁଖ ଶରଦ ପାୱାର, ଡିଏମକେର ଏମକେ ଷ୍ଟାଲିନ,ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ,ଟିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ, ଏନ ଚନ୍ଦ୍ରବାବୁ ନାଇଡୁ,ସିପିଆଇଏମ ସାଧାରଣ ସମ୍ପାଦକ ସୀଚାରାମ ୟଚୁରୀ ,ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, , ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ,ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ,  ଡି ରାଜା, ସୀତାରାମ ୟେଚୁରୀ, ସୁଖବୀର ବାଦଲ, ଚିରାଗ ପାସୱାନ, ଅଖିଳେଶ ଯାଦବ, ହେବନ୍ତ ସୋରେନ ଏବଂ ଓଡିଶାର ବିଜୁଜନତା ଦଳ ପକ୍ଷରୁ ପୁରୀ ସାଂସଦ ପିନାକୀ ମିଶ୍ର ପ୍ରତିନିଧିତ୍ବ କରିବେ ବୋଲି ଜଣାପଡିଛି।

- Advertisement -

ସୂଚନାଯୋଗ୍ୟ ଗତ ସୋମବାର ରାତିରେ ଲଦାଖର ଗଲୱାନ ଘାଟିରେ ଚୀନ୍ ସେନାଙ୍କ ଆକ୍ରମଣରେ ଜଣେ କର୍ଣ୍ଣେଲ ସମେତ ଭାରତୀୟ ସେନାର ୨୦ ଜଣ ଜବାନ ସହିଦ ହୋଇଥିଲେ। ଘଟଣା ପରଠାରୁ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ପରିସ୍ଥିତିକୁ ଆୟତ କରିବା ଲାଗି ଉଭୟ ପକ୍ଷ ମଧ୍ୟରେ ସାମରିକ ସ୍ତରୀୟ କଥାବାର୍ତା ଚାଲିିଥିଲେ ବି ଏଥିରେ ବିଶେଷ ଅଗ୍ରଗତି ହୋଇ ନାହିଁ । ଅନ୍ୟପକ୍ଷରେ ଚୀନ୍ ପୁଣି ଧମକ ଦେଇଛି ଏବଂ କହିଛି ଯେ, ଗଲୱାନ ଘାଟି ହେଉଛି ସମ୍ପୂର୍ଣ୍ଣ ଚୀନର । ଭାରତୀୟ ସେନା ଏହି ଅଞ୍ଚଳରେ ଅନୁପ୍ରବେଶ କରିଛନ୍ତି । ଏହାର ସୁରକ୍ଷା ପାଇଁ ଚୀନ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ । ପ୍ରତିରୋଧ ହେଲେ ଚୀନ୍ ଏହାର କଡା ଜବାବ ଦେବ । ଚୀନର ଏଭଳି ଧମକ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସର୍ବଦଳୀୟ ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ଏଭଳି ପରିସ୍ଥିତିରେ ଏକଜୁଟ୍ ହୋଇ ଶତ୍ରୁକୁ ମାତ୍ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇପାରେ ବୋଲି ଆଶା କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories