ୱାଶିଂଟନ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣ ଜନିତ ପରିସ୍ଥିତି ଉପରେ ଆମେରିକା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ସଂପ୍ରତି ଭାରତ ନଯିବାକୁ ଆମେରିକାର ସେଣ୍ଟର୍ସ ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ସମସ୍ତ ଆମେରିକାବାସୀଙ୍କୁ ପରାମର୍ଶ ଦେଇଛି। ଏପରିକି ଯେଉଁମାନେ କୋଭିଡ ଟିକା ନେଇସାରିଛନ୍ତି ସେମାନେ ମଧ୍ୟ ଭାରତ ଗସ୍ତ ଏଡାଇବାକୁ ଏହା ପରାମର୍ଶ ଦେଇଛି।
ଆମେରିକା ବୈଦେଶିକ ବିଭାଗର ମୁଖ୍ୟପାତ୍ର ନେଡ ପ୍ରାଇସ ସାମ୍ବାଦିକମାନଙ୍କୁ କହିଛନ୍ତି, ସେମାନେ ଭାରତର ସାଂପ୍ରତିକ କୋଭିଡ ସ୍ଥିତି ଉପରେ ନଜର ରଖିଛନ୍ତି। ସୋମବାର ଦିନ ପରିସ୍ଥିତି ଉପରେ ତାଙ୍କ ଦେଶର ବୈଦେଶିକ ସଚିବ ଟୋନି ବ୍ଲିଙ୍କେନ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଥିଲା। ତେବେ ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ଭାରତ ହେଉ ଅଥବା ଅନ୍ୟ ରାଷ୍ଟ୍ରରେ ବର୍ତ୍ତମାନ ଓ ଭବିଷ୍ୟତରେ ଆମେରିକା ପାରୁପର୍ଯ୍ୟନ୍ତ ସହଯୋଗ କରିବ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ର ଅନୁଯାୟୀ ୨୦୨୦ ଜାନୁଆରୀ ୩ରୁ ଚଳିତ ବର୍ଷ ଏପ୍ରିଲ ୨୦ ମଧ୍ୟରେ ଭାରତରେ ୧୫.୩ ନିୟୁତ ଲୋକ କୋଭିଡରେ ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧,୮୦,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏପ୍ରିଲ ୧୧ ତାରିଖ ସୁଦ୍ଧା ମୋଟ ୧୦୪ ନିୟୁତ ଡୋଜ ଟିକା ଦିଆଯାଇସାରିଛି।
ଭାରତର ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛି ଆମେରିକା
Popular Categories



