www.samajalive.in
Saturday, December 6, 2025
23.1 C
Bhubaneswar

ଓଡ଼ିଶାରୁ ନୂଆ ୪୮୫୧ ସଂକ୍ରମିତ ଚିହ୍ନଟ; ୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୪୮୫୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୮୧୪ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ସ୍ଥାନୀୟ ସଂକ୍ରମିତ ୨୦୩୭ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୦୩ ଜଣ କୋଭିଡ ସଂକ୍ରମିତ ବାହାରିଛନ୍ତି।
ଏଥିସହିତ ଅନୁଗୁଳରୁ ୧୧୧, ବାଲେଶ୍ୱର ୫୨, ବରଗଡ ୩୧୮, ଭଦ୍ରକ ୭୩ ବଲାଙ୍ଗୀର ୨୨୭, ବଉଦ ୨୨, କଟକରୁ ୩୦୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଢେଙ୍କାନାଳରୁ ୩୧, ଗଜପତି ୩୫, ଗଞ୍ଜାମ ୧୫୧, ଜଗତସିଂହପୁର ୩୯, ଯାଜପୁର ୬୪, ଝାରସୁଗୁଡା ୨୯୦, କଳାହାଣ୍ଡିରେ ୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡାରୁ ୫୮, କେନ୍ଦୁଝର ୧୬୬, କୋରାପୁଟ ୬୨, ମାଲକାନଗିରିରୁ ୩୧ ଜଣ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ମୟୁରଭଞ୍ଜରୁ ୭୮, ନବରଙ୍ଗପୁର ୧୯୪, ନୟାଗଡ ୬୬, ନୂଆପଡା ୪୮୬, ପୁରୀ ୨୨୩, ରାୟଗଡା ୮୫, ସମ୍ବଲପୁର ୧୭୧, ସୋନପୁର ୯, ସୁନ୍ଦରଗଡରୁ ୫୧୬ ଚିହ୍ନଟ ହୋଇଛନ୍ତି। ଷ୍ଟେଟପୁଲରୁ ୧୪୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭୪୦ ଜଣ କୋଭିଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏପଯ୍ୟନ୍ତ ମୋଟ ୩,୮୨,୩୧୫ ଜଣ ପଜିଟିଭ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ ୩,୪୯,୩୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦୯୨୭ ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories