ଚୀନ ସହିତ ସଂଘ​‌ର୍ଷ ବେଳେ ଭାରତ ସାଥୀରେ ରହିବେ ଆମେରିକୀୟ ସୈନ୍ୟ, ସଙ୍କେତ ଦେଲା ହ୍ବାଇଟ୍‌ ହାଉସ

ୱାଶିଂଟନ: ଭାରତ ଏବଂ ଚୀନ ମଧ୍ୟରେ ଭବିଷ୍ୟତରେ ଯଦି କେବେ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ସୈନ୍ୟଙ୍କ ସହିତ ରହିବେ ଆମେରିକୀୟ ସୈନ୍ୟ। ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ ପକ୍ଷରୁ ଏଭଳି ସଙ୍କେତ ମିଳିଛି। ହ୍ବାଇଟ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚୀନ ସହିତ ଭାରତର କେବେ ବି ବିବାଦୀୟ ସ୍ଥିତି ଉପୁଜିଲେ ଆମେ ଭାରତ ସହିତ ଦୃଢ଼ ଭାବେ ଛିଡ଼ା ହେବୁ। ଦକ୍ଷିଣ ଚୀନ ସାଗରରେ ନିଜର ଉପସ୍ଥିତିକୁ ଆହୁରି ମଜଭୁତ କରିବା ଲାଗି ଆମେରିକା ସେଠାରେ ୨ଟି ବିମାନ ବାହକ ଜାହାଜ ମୁତୟନ କରିଛି।

ହ୍ବାଇଟ୍‌ ହାଉସର ଚିଫ୍‌ ଅଫ୍‌ ଷ୍ଟାଫ ମାର୍କ ମେଡୋସ କହିଛନ୍ତି ଯେ, ଆମର ବାର୍ତ୍ତା ସମ୍ପୂର୍ଣ୍ଣ ନିର୍ମଳ। ଆମ ପାଖରେ ସର୍ବଶକ୍ତିଶାଳୀ ସେନା ଥାଇ ଆମେ ଦୂରରେ ଛିଡ଼ା ହୋଇ ନୀରବଦ୍ରଷ୍ଟା ସାଜିବୁ ଏବା ଭାବିବା ଭୁଲ। ତାହା ଯେକୌଣସି କ୍ଷେତ୍ରରେ ହେଉ ନା କାହିଁକି। ଏହା ସ୍ପଷ୍ଟ ହେବା ଜରୁରୀ ଯେ ଆମ ସେନା ସବୁଠୁ ଶକ୍ତିଶାଳୀ ଅଛି ଏବଂ ରହିବ ମଧ୍ୟ। ଆମର ଏକ ମିଶନ ରହିଛି ଯେ, ଆମ ପାଖରେ ଏବେ ବି ଦୁନିଆର ସବୁଠୁ ଉତ୍କୃଷ୍ଟ ସେନା ରହିଛି ବୋଲି ସାରା ବିଶ୍ଵ ଜାଣୁ। ସୂଚନାଯୋଗ୍ୟ, ଚୀନ ଦକ୍ଷିଣ ଚୀନ ସାଗର ଏବଂ ପୂର୍ବ ଚୀନ ସାଗରରେ ସୀମା ବିବାଦ ସୃଷ୍ଟି କରିବାରେ ଲିପ୍ତ ରହିଛି। ଚୀନ ପ୍ରାୟତଃ ସମ୍ପୂର୍ଣ୍ଣ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦାବି କରୁଛି। ଭିଏତନାମ, ଫିଲିପାଇନ୍ସ, ମାଲେସିଆ, ବ୍ରୁନେଇ ଏବଂ ତାଇୱାନର ଅଞ୍ଚଳକୁ ବି ଚୀନ ନିଜର ବୋଲି ଦାବି କରୁଛି।

Comments are closed.