www.samajalive.in
Saturday, December 6, 2025
14.1 C
Bhubaneswar

ଚୀନର ୧୪ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ଆମେରିକା ଚୀନ ବିରୋଧରେ ବିଭିନ୍ନ କଟକଣା ଲଗାଇଥିବା ବେଳେ ଏବେ ହଂକଂ ପ୍ରସଙ୍ଗରେ ମଧ୍ୟ କଡ଼ା ଆଭିମୁଖ୍ୟ ନେଇଛି। ଏହି କ୍ରମରେ ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଏସବୁ ଅଧିକାରୀଙ୍କୁ ଆମେରିକା ଯାତ୍ରା କରିବାରେ କଟକଣା ଲାଗୁ ହୋଇଛି।

Image Tweeted by AIR News

ଚୀନର ୧୪ ବରିଷ୍ଠ ଅଧିକାରୀ ହଂକଂର ସ୍ବାୟତ୍ତତାକୁ କମ୍‌ଜୋର କରିବା ପ୍ରସଙ୍ଗରେ ଜଡ଼ିତ ଥିବାରୁ ସେମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି ଆମେରିକା। ଏହି ଅଧିକାରୀଙ୍କ ମଧ୍ୟରେ ଜଣେ ତିବ୍ବଦ ଅଧିକାରୀ ରହିଛନ୍ତି। ପ୍ରତିବନ୍ଧକ ସମ୍ପର୍କରେ ଘୋଷଣା କରି ମାଇକ୍‌ ପମ୍ପିଓ କହିଛନ୍ତି, ଚୀନର ନ୍ୟାଶନାଲ ପିପୁଲ୍ସ କଂଗ୍ରେସର ସ୍ଥାୟୀ କମିଟି (ଏନପିସିଏସସି) ଦ୍ବାରା ହଂକଂର ଜନସାଧାରଣ ନିଜର ପ୍ରତିନିଧି ଚୟନ କରିବାର କ୍ଷମତାକୁ ପ୍ରଭାବିତ କରାଯାଇଛି। ଏଥିରେ ସମ୍ପୃକ୍ତ ଅଧିକାରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେମାନଙ୍କ ଭିଜା ଉପରେ ବି ରୋକ୍‌ ଲଗାଯାଇଛି।

- Advertisement -

ଆମେରିକା ପ୍ରତିବନ୍ଧକ ଲଗାଇଥିବା ୧୪ ଅଧିକାରୀ ହେଉଛନ୍ତି, ୱାଙ୍ଗ୍‌ ଚେନ୍‌, କାଓ ଜିଆନିଙ୍ଗ, ଝାଙ୍ଗ ଚୁନକ୍ସିୟନ, ଶେନ୍‌ ୟୁୟେୟୁ, ଜି ବିଙ୍ଗକ୍ସୁଆନ, ଅର୍କେନ ଇମରବାକୀ, ୱାନ୍‌ ଏକ୍‌ଜିୟାଙ୍ଗ, ଚେନ୍‌ ଡୁ, ୱାଙ୍ଗ ଡୋଙ୍ଗମିଙ୍ଗ, ପଦ୍ମା ଚୋଲିଙ୍ଗ, ଡିଙ୍ଗ ଝୋଙ୍ଗଲି, ହେଙ୍ଗ ମିଙ୍ଗଜିନ୍‌, କେ, ଡାଫେଙ୍ଗ ଏବଂ ୱୁ ୱେହୁଆ। ନିୟମ ଅନୁସାରେ ଏହି ଅଧିକାରୀମାନଙ୍କ ସହିତ ସେମାନଙ୍କ ପରିଜନଙ୍କ ଉପରେ ମଧ୍ୟ ଆମେରିକା ଯାତ୍ରା କରିବାରେ ରୋକ୍‌ ଲାଗିବ।

Image Courtesy: Amar ujala

ଆମେରିକା ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ନେଇସାରିଛି। ଆମେରିକା ସୁରକ୍ଷା ପ୍ରସଙ୍ଗ ଉଠାଇ ଚୀନର ସବୁଠାରୁ ବଡ଼ ଚିପ୍‌ ପ୍ରୋସେସର୍‌ କମ୍ପାନୀ ଏସ୍‌ଏମଆଇସି ଏବଂ ବଡ଼ ତୈଳ କମ୍ପାନୀ ସିଏନଓଓସି ସମେତ ୪ଟି କମ୍ପାନୀକୁ କଳାତାଲିକାଭୁକ୍ତ କରିଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories