www.samajalive.in
Saturday, December 6, 2025
16.1 C
Bhubaneswar

ସବୁଠି ବନ୍ଦ ପ୍ରଭାବ; ଭୁବନେଶ୍ଵରରେ ରେଳରୋକୋ, ରାସ୍ତା ଅବରୋଧ

ଭୁବନେଶ୍ଵର: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି ଚାଷୀ ଆନ୍ଦୋଳନ ଚାଲିବା ପରେ ମଙ୍ଗଳବାର ଭାରତ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ଜିଲାରେ ମଙ୍ଗଳବାର ସକାଳୁ ବନ୍ଦର ପ୍ରଭାବ ଦେଖାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଚକ ଅଖ ବନ୍ଦ ରହିବ ବୋଲି କୁହାଯାଇଥିଲେ ହେଁ ସକାଳ ସାଢ଼େ ୮ଟାରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି।

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତ ପକ୍ଷରୁ ଭୁବନେଶ୍ଵର ରେଳ ଷ୍ଟେଶନରେ ବିକ୍ଷୋଭ ପ୍ରଦର୍ଶନ

 

- Advertisement -

 

ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ କଂଗ୍ରେସ, ନବନିର୍ମାଣ କୃଷକ ସଂଗଠନ ଏବଂ କୃଷକ ପ୍ରତିନିଧିଙ୍କ ଦ୍ବାରା ରାସ୍ତା ଅବରୋଧ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବା ସହିତ ରାସ୍ତାରୋକୋ ହୋଇଛି। ସେହିପରି ଷ୍ଟେଶନରେ ରେଳରୋକୋ କରାଯାଇଛି।

କେନ୍ଦୁଝର ଗାନ୍ଧୀଛକଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ

ବସ୍‌ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳ ବନ୍ଦ ରହିଛି। କେତେକ ସ୍ଥାନରେ ଦୁଇ ଚକିଆ ଯାନ ଗଡ଼ୁଥିବା ଦେଖିବାକୁ ମିଳିଛି। ଭୁବନେଶ୍ଵର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କୌଣସି ବସ୍‌ ଚଳାଚଳ କରୁନାହିଁ। ଫଳରେ ବାହାର ଅଞ୍ଚଳରୁ ସୋମବାର ରାତିରେ ଆସି ପହଞ୍ଚିଥିବା ଯାତ୍ରୀମାନେ ଅଟକି ରହିଛନ୍ତି। ଦୋକାନବଜାର ବନ୍ଦ ଥିବାରୁ​‌ ସେମାନେ ବହୁ ହନ୍ତସନ୍ତ ହୋଇଛନ୍ତି। ସେହିପରି ଜୟଦେବ ବିହାର ଓଭରବ୍ରିଜ ଉପରେ ଲମ୍ବାଧାଡ଼ିରେ ଟ୍ରକ୍‌ଗୁଡ଼ିକ ଅଟକି ରହିଛନ୍ତି।

ପିପିଲିରେ ସିପିଆଇ(ଏମଏଲ) ପକ୍ଷରୁ ବିକ୍ଷୋଭ

କେବଳ ଭୁବନେଶ୍ଵର ନୁହେଁ ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ଵର, କେନ୍ଦୁଝର, ପିପିଲି ସମେତ ଅନ୍ୟାନ୍ୟ ସ୍ଥାନରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କୃଷକ ସଂଗଠନ ସମେତ ବାମଦଳଗୁଡ଼ିକ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହିତ ରାସ୍ତାରୋକୋ କରୁଛନ୍ତି। କୌଣସି ସ୍ଥାନରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିଲାଗି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି।

ଭୁବନେଶ୍ଵରରେ ରାସ୍ତାରୋକୋ

ତେବେ ବନ୍ଦ ବେଳେ ଯେମିତି କିଛି ବିଶୃଙ୍ଖଳା ନ ଉପୁଜେ, ସେଥିପାଇଁ କୃଷକ ନେତାମାନେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।​‌ ବିଶେଷକରି ଜନସାଧାରଣ ଯେମିତି କିଛି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତା’ଉପରେ ସେମାନେ ଗୁରୁତ୍ବ ଦେଇଛନ୍ତି। ଦେଶବାସୀ ଅହିଂସା ମାର୍ଗରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି। ସୂଚନାଯୋଗ୍ୟ, ଏହି ବନ୍ଦ ପାଳନକୁ ବିଭିନ୍ନ କୃଷକ ସଂଗଠନ ସମେତ ୨୪ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories