www.samajalive.in
Sunday, December 14, 2025
19.1 C
Bhubaneswar

ପାକିସ୍ତାନ ଓ ଚୀନକୁ ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ରଖିଲା ଆମେରିକା

ୱାଶିଂଟନ: ଧାର୍ମିକ ସ୍ୱାଧୀନତା ଉଲ୍ଲଂଘନ ଘଟଣା ପାଇଁ ପାକିସ୍ତାନ ଓ ଚୀନକୁ ଆମେରିକା ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ସ୍ଥାନ ଦେଇଛି । ଏଥିସହିତ ଅଲ ଶବାବ, ବୋକୋ ହାରାମ, ହୟାତ ତାହରିତ ଅଲ ଶାମ୍‌, ହାଉଥିସ, ଆଇଏସଆଇଏସ, ଆଇଏସଆଇଏସ-ଗ୍ରେଟର ସାହରା, ଆଇଏସଆଇଏସ-ୱେଷ୍ଟ ଆଫ୍ରିକା, ଜମାତ ନସର ଅଲ ଇସଲାମ ୱାଲ ମୁସଲିମିନ ଏବଂ ତାଲିବାନ ଭଳି ସଂଗଠନକୁ ବିଶେଷ ଚିନ୍ତାଜନକ ତାଲିକାରେ ରଖିଛି । ଆମେରିକା ପକ୍ଷରୁ ଜାରି ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ପାକିସ୍ତାନ ଓ ଚୀନ ସହିତ ଇରାନ, ଉତ୍ତରକୋରିଆ ଏବଂ ମ୍ୟାଁମାର ଆଦି ରାଷ୍ଟ୍ର ରହିଛନ୍ତି । ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ, ଧାର୍ମିକ ସ୍ୱାଧୀନତାର ବ୍ୟାପକ ଉଲ୍ଲଂଘନ ଘଟଣାରେ ନିୟୋଜିତ ଥିବା ଚୀନ, ଏରିଟ୍ରିଆ, ଇରାନ, ଡିପିଆରକେ, ପାକିସ୍ତାନ, ରୁଷ, ସାଉଦି ଆରବ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ଭଳି ରାଷ୍ଟ୍ରକୁ ସେ ନିର୍ଦ୍ଦିଷ୍ଟ ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ସ୍ଥାନିତ କରିଛନ୍ତି । ଆଲଜେରିଆ, କମୋରସ,କ୍ୟୁବା ଏବଂ ନିକାରାଗୁଆ ଆଦି ରାଷ୍ଟ୍ରକୁ ସ୍ୱତନ୍ତ୍ର ନିରୀକ୍ଷଣକାରୀ ତାଲିକାରେ ସ୍ଥାନ ଦିଆଯାଇଛି । ପ୍ରତ୍ୟେକ ରାଷ୍ଟ୍ରରେ ଧର୍ମୀୟ ସ୍ୱାଧୀନତା ଅଥବା ବିଶ୍ୱାସ ପ୍ରତି ପ୍ରତିବଦ୍ଧତାରୁ ଆମେରିକା ଓହରିବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ବ୍ଲିଙ୍କେନ କହିଛନ୍ତି, ବିଶ୍ୱରେ ଧର୍ମୀୟ ସ୍ୱାଧୀନତା ପ୍ରତି ସଂପ୍ରତି ଦେଖାଦେଇଥିବା ଆପଦ ଯୋଜନାବଦ୍ଧ, ବ୍ୟବସ୍ଥିତ ଏବଂ ଗଭୀର ଚିନ୍ତାଜନକ ହୋଇଛି । ଏଭଳି ଉଲ୍ଲଂଘନ ପ୍ରତ୍ୟେକ ରାଷ୍ଟ୍ରରେ ଘଟୁଛି । ସମସ୍ତ ରାଷ୍ଟ୍ର ସେମାନଙ୍କ ଆଇନ ଏବଂ କାର୍ଯ୍ୟାଭ୍ୟାସରେ ଏ କ୍ଷେତ୍ରରେ ରହୁଥିବା ତ୍ରୁଟି ବିଚୁ୍ୟତି ସୁଧାରିବା ଏବଂ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଧରିବାକୁ ଆମେରିକା ସମସ୍ତ ରାଷ୍ଟ୍ର ଉପରେ ଚାପ ପକାଇବ । ସମଗ୍ର ବିଶ୍ୱରେ ଧର୍ମୀୟ ସ୍ୱାଧୀନତାକୁ ଆଗେଇନେବା ଏବଂ ଜଣେ ନିଜର ବିଶ୍ୱାସକୁ ନେଇ ସମ୍ମୁଖୀନ ହେଉଥିବା ଦୁର୍ବ୍ୟବହାର, ଅତ୍ୟାଚାର ଏବଂ ପାତର ଅନ୍ତର ମୂଳକ ପରିସ୍ଥିତିର ସମାଧାନ କରିବାକୁ ଆମେରିକା ପ୍ରଶାସନ ବିଶ୍ୱର ସମସ୍ତ ରାଷ୍ଟ୍ରର ସରକାର, ନାଗରିକ ସଂଗଠନ ଏବଂ ଧର୍ମୀୟ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ରହିଥିବା ବ୍ଲିଙ୍କେନ କହିଛନ୍ତି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories