www.samajalive.in
Sunday, December 14, 2025
19.1 C
Bhubaneswar

+୨ ବଳକା ଆସନରେ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ବର: ଯୁକ୍ତ ଦୁଇରେ ଖାଲିଥିବା ଆସନ ପାଇଁ ପୁନର୍ବାର ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୩୭ କନିଷ୍ଠ ମହାବିଦ୍ୟାଳୟରେ ଖାଲିଥିବା ଆସନରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଛାତ୍ରଛାତ୍ରୀ ଆଜି ଠାରୁ ଆବେଦନ କରିପାରିବେ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୧୮ରୁ ୨୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୨ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଆବେଦନ କରିବେ। ୨୪ ତାରିଖ ଅପରାହ୍ଣ ୩ଟାରେ ମେଧା ତାଲିକା ସହ ଅପେକ୍ଷା ତାଲିକା ମଧ୍ୟ ପ୍ରକାଶ ପାଇବ। ୨୫ ତାରିଖ ପୂର୍ବାହ୍ଣ ୧୦ଟାରୁୁ ୨୬ ତାରିଖ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ୨୬ ତାରିଖ ଅପରାହ୍ଣ ୪ଟା ୧୫ରୁ ୨୭ ତାରିଖ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଅପେକ୍ଷା ତାଲିକାରେ ଥିବା ବିଦ୍ୟାର୍ଥୀ ନାମ ପଞ୍ଜୀକରଣ କରିପାରିବେ। ୨୭ ତାରିଖ ଅପରାହ୍ଣ ୪ଟାରେ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ପ୍ରକାଶ ପାଇବ। ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ୩୦ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ଦାଖଲ କରିବେ।

- Advertisement -

ଛାତ୍ରଛାତ୍ରୀ ସାମ୍ସ ୱେବ୍‌ସାଇଟ୍‌ ଓ ସଂଯୋଗ ସହାୟତା ନମ୍ବରରେ ଯୋଗାଯୋଗ କରି ସବିଶେଷ ତଥ୍ୟ ପାଇପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ପ୍ରକାଶ ପାଇଛି। ଦଶମ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ତୃତୀୟ ପର୍ଯ୍ୟାୟ ନାମଲେଖାରେ କୌଣସି ପ୍ରକାର ସଂରକ୍ଷଣ ଲାଗୁ ହେବନି ବୋଲି ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଦୁଇ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟର ୨୦୩୭ କନିଷ୍ଠ ମହାବିଦ୍ୟାଳୟରେ ୧ ଲକ୍ଷ ୨୨ ହଜାର ୨ଟି ଆସନ ଖାଲି ରହିଛି। ଦଶମ ଶ୍ରେଣୀରେ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ଯୋଗୁଁ ଆସନ ସଂଖ୍ୟା ବଢାଯାଇଥିଲା। ୨୦୨୦-୨୧ ଶିକ୍ଷାବର୍ଷରେ ୧ ଲକ୍ଷ ୧ ହଜାର ୨୫୮ ଆସନ ଖାଲି ରହିଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories