www.samajalive.in
Monday, December 15, 2025
15.1 C
Bhubaneswar

ପି-ଫାଇଜର ଟୀକା ନେବା ପରେ ନର୍ସ କରୋନା ସଂକ୍ରମିତ; ଟୀକାର ମାନକୁ ନେଇ ଉଠିଲା ପ୍ରଶ୍ନ

କାଲିଫର୍ନିଆ : ଆମେରିକା ପ୍ରସ୍ତୁତ ପିଫାଇଜର କରୋନା ଟୀକା ୯୦%ରୁ ଅଧିକ ସଫଳ ବୋଲି କମ୍ପାନୀ ଦାବି କରୁଛି । ମାତ୍ର ଏହି ଟୀକା ନେଇଥିବା ମାଥ୍ୟୁ ଡ଼ବ୍ଲ୍ୟୁ ନାମକ ଜଣେ ନର୍ସ କରୋନା ସଂକ୍ରମିତ ହେବା ପରେ ଟୀକାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏପରିକି ଅନେକ ଟୀକାର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତ ୧୮ ତାରିଖରେ ମାଥ୍ୟୁ ଡ଼ବ୍ଲ୍ୟୁ ନିଜ ଫେସବୁକ ପୋଷ୍ଟରେ ଫାଇଜର ଟୀକା ନେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ।

ଏବିସି ନ୍ୟୁଜ ସୂଚନା ଅନୁସାରେ ମାଥ୍ୟୁ ଦୁଇଟି ଡ଼ାକ୍ତରଖାନାରେ କାମ କରନ୍ତି । ଟୀକା ନେବା ପରେ ତାଙ୍କଠାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିଲା । ମାତ୍ର ୬ ଦିନ ପରେ ତାଙ୍କ ଦେହରେ ଯନ୍ତ୍ରଣା ଅନୁଭବ ହେଲା ଓ ମାଂସପେଶୀରେ କ​‌ଷ୍ଟ ହୋଇଥିଲା । ଖ୍ରୀସମାସ ବେଳକୁ ତାଙ୍କୁ ଥଣ୍ଡା ହେଲା ଓ ଏହାପରେ  ମାଥ୍ୟୁ ଡ୍ରାଇଭ୍ ଅପ୍ ହସ୍ପିଟାଲ୍ ପରୀକ୍ଷା ସ୍ଥାନକୁ ଯାଇ ପରୀକ୍ଷଣ କରିଥିଲେ ଯେଉଁଥିରେ ସେ କରୋନା ପଜିଟିଭ୍ ବୋଲି ଜଣା ପଡ଼ିଥିଲା।

- Advertisement -

ବିଶେଷଜ୍ଞମାନେ କହିଛନ୍ତି ଯେ ଟୀକା ହେବାର କିଛି ଦିନ ପରେ କରୋନା ପଜିଟିଭ୍ ଘଟଣା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ନୁହେଁ। ଆମେରିକାର ସାନ ଡିଏଗୋର ସଂକ୍ରାମକ ରୋଗ ବିଶେଷଜ୍ଞ ଖ୍ରୀଷ୍ଟିଆନ ରାମର୍ସ କହିଛନ୍ତି ଯେ ଟୀକା ନେବାର ୧୦ରୁ ୧୪ ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କଠାରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ । ଟୀକାର ପ୍ରଥମ ମାତ୍ରା ୫୦% ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ ଏବଂ ୯୫% ରୋଗପ୍ରତିରୋଧକ ଶକ୍ତି ପାଇବାକୁ ହେଲେ ଟୀକାର ଦ୍ବିତୀୟ ମାତ୍ରା ନେବାର ଆବଶ୍ୟକତା ଅଛି ।

ଟୀକାପ୍ରସ୍ତୁତକାରୀ ସଂସ୍ଥା ଫାଇଜରଅନୁସାରେ  ୧୬ ବର୍ଷରୁ ଅଧିକ ଲୋକଙ୍କ ପାଇଁ ପିଫାଇଜରର ଟିକା ନିରାପଦ । କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ ଏହାର କରୋନା ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ । ତେବେ କୌଣସିପ୍ରକାର ଆଲର୍ଜିରେ ପୀଡ଼ିତ ବ୍ୟକ୍ତି ଏହି ଟୀକା ନେବା ଉଚିତ ନୁହେଁ ବୋଲି ଏଫ୍‌ଡିଏ ମାର୍ଗଦର୍ଶିକା ଜାରି କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories