ଦେଶରେ କୋଭିଡ୍ ଆରୋଗ୍ୟ ହାର ୯୫.୯୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ କାଲି ୨୬ ହଜାର ୫୭୨ ଜଣ କୋଭିଡ୍ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯୮ ଲକ୍ଷ ୩୪ ହଜାର ୧୪୧କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ତୁଳନାରେ ଚିକିତ୍ସାଧୀନ ଲୋକଙ୍କ ହାର୍ ୨ ଦଶମିକ ୫/୬ ପ୍ରତିଶତ ରହିଛି। ଦେଶରେ ବର୍ତ୍ତମାନ ମୋଟ୍ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୬୨ ହଜାର ୨୭୨ ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ କାଲି ଗୋଟିଏ ଦିନରେ ଆଉ ନୂଆ ୨୦ହଜାର ୫୪୯ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୪୪ ହଜାର ୮୫୨କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୨୮୬ ଜଣଙ୍କର ମୃତ୍ୟୁ ପରେ ଦେଶରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୮ ହଜାର ୪୩୯ରେ ପହଞ୍ଚିଛି। ଦେଶରେ କୋଭିଡ୍ ଜନିତ ମୃତ୍ୟୁହାର ୧ ଦଶମିକ ୪/୫ ପ୍ରତିଶତ ରହିଛି, ଯାହାକି ବିଶ୍ୱରେ ସବୁଠାରୁ କମ୍।
କୋଭିଡ୍ ନମୁନା ପରୀକ୍ଷା କ୍ଷେତ୍ରରେ ଦେଶ ଆଉ ଏକ ସଫଳତା ହାସଲ କରିଛି। ଗତ କାଲି ୧୧ ଲକ୍ଷ ୨୦ ହଜାର ନମୁନା ପରୀକ୍ଷଣ ସହ ମୋଟ୍ ନମୁନା ପରୀକ୍ଷା ୧୭ କୋଟି ଅତିକ୍ରମ କରିଛି। ଆଇସିଏମଆର୍ କହିଛି, ଦେଶରେ ବର୍ତ୍ତମାନ ସୁଦ୍ଧା ୧୭ କୋଟି ୯ ଲକ୍ଷ ନମୁନା ପରୀକ୍ଷା କରାଯାଇସାରିଛି।
ସରକାର କହିଛନ୍ତି, ଦେଶରେ ଗତ ସପ୍ତାହ ଧରି ୧୦ ଲକ୍ଷ ଜନସଂଖ୍ୟାରେ ୧୧୦ ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକ ଟ୍ୱିଟ୍ ବାର୍ତ୍ତାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆମେରିକାରେ ପ୍ରତି ୧୦ ଲକ୍ଷରେ ୯୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ରିଟେନରେ ଏହି ସଂଖ୍ୟା ୩ ହଜାର ୬୫୬ ଥିବାବେଳେ ଇଟାଲୀରେ ୧ ହଜାର ୫୬୩ ରହିଛି। ତେବେ ରୁଷ ପ୍ରତି ୧୦ ଲକ୍ଷରେ ୧ ହଜାର ୩୭୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।



