www.samajalive.in
Thursday, December 11, 2025
16.1 C
Bhubaneswar

ପେଷାରେ ଇଞ୍ଜିନିୟର, ନିଶା ଓଡିଶୀ ନୃତ୍ୟ

ଆଠଗଡ : ପେଷାରେ ଇଞ୍ଜିନିୟର ହେଲେବି ନିଶା ହେଉଛି ଓଡିଶୀ ନୃତ୍ୟକଳା। ଆଠଗଡର ଝିଅ ସ୍ମୃତି ସ୍ୱାଗତିକା ମିଶ୍ର ସଫ୍ଟଓୟାର ଇଞ୍ଜିନିୟର ଭାବେ ସଂପ୍ରତି ବାଙ୍ଗାଲୋରରେ କାର୍ଯ୍ୟରତ ଥିଲେ ବି ସେଥିରୁ ସମୟ ବାହାର କରି ନିଶା ଭାବେ ଗ୍ରହଣ କରିଥିବା ଓଡିଶୀ ନୃତ୍ୟକଳା ଶିକ୍ଷାଲାଭ ଓ ପ୍ରଦର୍ଶନ ଜାରି ରଖିଛନ୍ତି। ଗତ ୨୬ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଉତ୍କଳ ରଙ୍ଗମଞ୍ଚରେ ରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଭର୍ଚୁଆଲ ନୃତ୍ୟ ଉତ୍ସବ ୨୦୨୦ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଥିବା ଜଣାପଡିଛି।

ପୂର୍ବରୁ ବିଭିନ୍ନ ରାଜ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶୀ ନୃତ୍ୟ ପରିବେଷଣ କରି ଆଠଗଡ ସହରର ଆଇନଜୀବୀ ବିରଜାନନ୍ଦ ମିଶ୍ର ଓ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ମିଶ୍ରଙ୍କ କନ୍ୟା ସ୍ମୃତି ସ୍ୱାଗତିକା ବହୁ ପ୍ରଶଂସା ପତ୍ର ଓ ପୁରସ୍କାର ଲାଭ କରିଛନ୍ତି। ପିଲାଟି ଦିନରୁ ଓଡିଶୀ ନୃତ୍ୟକଳା ପ୍ରତି ଆକର୍ଷିତ ହୋଇ ଓଡିଶୀ ନୃତ୍ୟ ଶିକ୍ଷାରମ୍ଭ କରିଥିଲେ। ଗୁରୁ ସମୀର ପୃଷ୍ଟିଙ୍କ ଠାରୁ ଶିକ୍ଷା ଆରମ୍ଭ କରି ସ୍ମୃତି ସ୍ୱାଗତିକା ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନର ପ୍ରତିଷ୍ଠାତା ବିରଞ୍ôଚ ନାରାୟଣ ଦାସଙ୍କ ଠାରୁ ଏବଂ ବାଙ୍ଗାଲୋରର ଶର୍ମିଲା ମୁଖାର୍ଜୀଙ୍କଠାରୁ ଏ ପର୍ଯ୍ୟନ୍ତ ଓଡିଶୀ ନୃତ୍ୟ ଶିକ୍ଷା ଜାରି ରଖିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ଭର୍ଚୁଆଲ ନୃତ୍ୟ ଉତ୍ସବ ୨୦୨୦ରେ ତାଙ୍କ କୃତିତ୍ୱ ପାଇଁ ଆଠଗଡରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁଶ୍ରୀ ମିଶ୍ରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories