www.samajalive.in
Sunday, December 7, 2025
14.1 C
Bhubaneswar

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଲାଡେନ୍‌ର ଝିଆରୀଙ୍କ ସମର୍ଥନ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପଙ୍କ ପ୍ରତି ଏକ ବିଚିତ୍ର କ୍ଷେତ୍ରରୁ ସମର୍ଥନ ମିଳିଛି; ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସୂଚନାନୁଯାୟୀ, ମୃତ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ପରିବାର ଏହି ନିର୍ବାଚନରେ ଟ୍ରମ୍ପଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ଲାଡେନ୍‌ର ଝିଆରୀ ନୁର୍‌ ବିନ୍‌ ଲାଡେନ୍‌ ଏହି ସମର୍ଥନ ସମ୍ପର୍କିତ ଏକ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ କେବଳ ଟ୍ରମ୍ପ ହିଁ ଆମେରିକାକୁ ସମ୍ଭାବ୍ୟ ଆଉ ଏକ ୯/୧୧ ଆକ୍ରମଣରୁ ରକ୍ଷା କରିବାକୁ ସମର୍ଥ।

ଓସାମାର ବଡ଼ (ସାବତ) ଭାଇ ୟେସଲାମ ବିନ୍‌ ଲାଡେନର ଝିଅ ହେଉଛନ୍ତି ନୂର୍‌। ସେ ପ୍ରଥମ ଥର ପାଇଁ ଏକ ଘରୋଇ ଟିଭି ଚାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ବରାକ୍‌ ଓବାମା- ଜୋ ବିଡେନ୍‌ ଶାସନ କାଳରେ ଆଇଏସ୍‌ଆଇଏସ୍‌ର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା; ଯାହା ଫଳରେ ପରିବାରବର୍ଗ ୟୁରୋପ ଚାଲିଆସିବାକୁ ବାଧ୍ୟ ହୋଇଥିଲେ। ଟ୍ରମ୍ପ ଏବେ ବିଡେନ୍‌ଙ୍କ ଆତଙ୍କବାଦ ଦମନ ନୀତିକୁ ଯଥାର୍ଥ ସମାଲୋଚନା କରୁଛନ୍ତି। ଏବେ ଟ୍ରମ୍ପଙ୍କ ଶାସନ ସମୟରେ ଆମେରିକାବାସୀ ସୁରକ୍ଷିତ ଅଛନ୍ତି ଓ ଦେଶ ପ୍ରତି କୌଣସି ବାହ୍ୟ ଆକ୍ରମଣର ଭୟ ନାହିଁ। ସେ ଆମେରିକା ଓ ସମଗ୍ର ବିଶ୍ବର ସୁରକ୍ଷା ଦୃଷ୍ଟିରୁ ପୁନର୍ବାର ନିର୍ବାଚିତ ହେବା ଦରକାର ବୋଲି ନୂର୍‌ କହିଛନ୍ତି।

- Advertisement -

ଡେମୋକ୍ରାଟିକ୍‌ ଦଳର ବରାକ ଓବାମାଙ୍କ ରାଷ୍ଟ୍ରପତିତ୍ବ ସମୟରେ ୨୦୧୧ରେ ଲାଡେନକୁ ହତ୍ୟା କରାଯାଇଥିଲା। ସେହି ସମୟ​‌େର ବିଡେନ ଉପରାଷ୍ଟ୍ରପତି ଥିଲେ। ଏହା ପୂର୍ବରୁ ଲାଡେନ୍‌ର ସଂଗଠନ ଅଲ୍‌ କାଏଦା ପକ୍ଷରୁ ଆମେରିକାରେ ୪ଥର ଆକ୍ରମଣ କରାଯାଇଥିଲା; ଯେଉଁଥିରେ ୨୫ହଜାରରୁ ଅଧିକ ପ୍ରାଣହାନି ଘଟିଥିଲା। ସେପ୍ଟେମ୍ବର ୧୧, ୨୦୦୧ (୯/୧୧)ରେ ନ୍ୟୁୟର୍କରେ ହୋଇଥିବା ଆକ୍ରମଣରେ ପ୍ରାୟ ୩ହଜାର ଲୋକ ପ୍ରାଣ ହରାଇଥିଲେ।

ନୂର୍‌ ସ୍ବିଜରଲାଣ୍ଡର ଖ୍ୟାତନାମା ଲେଖକ କାର୍ମୋନ୍‌ ଡୁଫରଙ୍କୁ ବିବାହ କରିଛନ୍ତି। ୧୯୮୮ରେ ତାଙ୍କ ବାପା-ମାଆଙ୍କ ମଧ୍ୟରେ ବିଚ୍ଛେଦ ଖଟିଥିଲା। ଏହି ସମୟରେ ସେ ମାଆ ଓ ନିଜର ଦୁଇ ଭଉଣୀଙ୍କ ସହ ସ୍ବିଜରଲାଣ୍ଡଠରେ ବସବାସ କରୁଥିଲେ। ଜେନେଭା ବିଶ୍ବବିଦ୍ୟାଳୟରେ ଏମ୍‌ବିଏ ଶିକ୍ଷାପ୍ରାପ୍ତ ନୂର୍‌ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ଆଇନ ପଢ଼ିବା ପରେ କମ୍ପ୍ୟୁଟର କୋଡିଂ କ୍ଷେତ୍ରର କିଛି କାଳ କାମ କରିଛନ୍ତି। ଏବେ ସେ ପୁସ୍ତକ ଲିଖନରେ ମନନିବେଶ କରିଛନ୍ତି। ୯/୧୧ ଆକ୍ରମଣ ସମୟରେ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା। ଏହି ଖବର ପାଇ ସେତେବେଳେ ସେ ଭୟଭୀତ ହୋଇପଡ଼ିଥିଲେ। ସେ ମାତ୍ର ୩ ବର୍ଷ ବୟସରୁ ମା’ଙ୍କ ସହିତ ବାରମ୍ବାର ଆମେରିକା ଯା’ଆସ କରୁଥିବା କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories