www.samajalive.in
Sunday, December 14, 2025
18.1 C
Bhubaneswar

୧୯ରେ ଇସ୍ତଫା ଦେବେ ଊର୍ଜିତ ପଟେଲ !

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ) ମଧ୍ୟରେ ଦେଖାଦେଇଥିବା ପ୍ରଭେଦ ଉପରେ ଚଳିତମାସ ୧୯ରେ ହେବାକୁ ଥିବା କେନ୍ଦ୍ରୀୟ ବ୍ୟାଙ୍କର ବୈଠକରେ ଉଠିପାରେ। ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ର ଅଧିକାର ପ୍ରତି କେନ୍ଦ୍ର ସରକାରଙ୍କ ଆଡୁ ବିପଦ ରହିଥିବା ନେଇ ଆର୍‍ବିଆଇ ଡେୁପଟି ଗଭର୍ଣ୍ଣର ଭିରାଲ ଆଚାର୍ଯ୍ୟ ମତଦେବା ପରେ ଏହି ବିବାଦ ଜୋର ଧରିଛି। ଏଭଳି ସ୍ଥିତିରେ ଆର୍‍ବିଆଇ ଗଭର୍ଣ୍ଣର ଉର୍ଜ୍ଜିତ୍‍ ପଟେଲ ଆସନ୍ତା ୧୯ ତାରିଖ ବୈଠକରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଗତ ଅକ୍ଟୋବର ୨୩ରେ ହୋଇଥିବା ବୈଠକରେ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଆସନ୍ତା ୧୯ରେ ହେବାକୁ ଥିବା ବୈଠକରେ ଦୁଇ ପକ୍ଷ ମଧ୍ୟରେ କେତେକ ପ୍ରସଙ୍ଗ ଉପରେ ବାଦୁନୁବାଦ ହୋଇପାରେ। ପୂର୍ବରୁ ମଧ୍ୟ ଆର୍‍ବିଆଇ ଗଭର୍ଣ୍ଣରଙ୍କ ସହ ବାବବିଦାଦ ହୋଇଛି। ତେଣୁ ଉର୍ଜ୍ଜିତ୍‍ ପଟେଲଙ୍କୁ ପଦରୁ ହଟାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଭାବେ କହିଛନ୍ତି। ବୈଠକରେ ସରକାର ନିଜ ଦ୍ୱାରା ମନୋନୀତ ସଦସ୍ୟଙ୍କ ଜରିଆରେ ନିଜସ୍ୱ ପ୍ରସଙ୍ଗ ନେଇ ଚାପ ସୃଷ୍ଟି କରିବାକୁ ପ୍ରୟାସ କରିବେ। ଏହି ଦୃଷ୍ଟିରୁ ବୈଠକରେ ଦୁଇ ପକ୍ଷ ମଧ୍ୟରେ ବେଶ ବଳ କଷାକଷି ଦେତ୍ôକବାକୁ ମିଳିପାରେ। ବର୍ତ୍ତମାନ ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପାଖିରେ ଦୁଇଟି ବିକଳ୍ପ ରହିଛି। ସେ ଇସ୍ତଫା ଦେବେ ନଚେତ୍‍ ସରକାରଙ୍କ ଦାବିକୁ ମାନିନେବେ। ତେବେ ଯାହା ଅନୁମାନ କରାଯାଉଛି ଉର୍ଜ୍ଜିତ୍‍ ସରକାରଙ୍କ ପ୍ରସ୍ତାବକୁ ବୈଠକରେ ବିରୋଧ କରିପାରନ୍ତି। ତେବେ କେନ୍ଦ୍ର ସରକାର ଆର୍‍ବିଆଇ ଆଇନର ଧାରା ୭ କାର୍ଯ୍ୟକାରୀ କରିବାକୁ ଏକ ରକମ ପଟେଲଙ୍କୁ ବାଧ୍ୟ କରିପାରନ୍ତି। ଯଦି ଏ ନେଇ ସରକାରଙ୍କ ସହ ଉର୍ଜ୍ଜିତ୍‍ଙ୍କ ସହମତି ନ ହୁଏ ଆଉ ଧାରା ୭ ଲାଗୁ କରାଯାଏ ତେବେ ଏଭଳି ପରିସ୍ଥିିତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଇସ୍ତଫା ଦେବାକୁ ପଡିପାରେ।
ରିଜର୍ଭ ବ୍ୟାଙ୍କ ବୋର୍ଡରେ ମୋଟ ୧୮ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଗଭର୍ଣ୍ଣର ଉର୍ଜ୍ଜିତ୍‍ ପଟେଲଙ୍କ ସହ ୪ ଡେପୁଟି ଗଭର୍ଣ୍ଣର, ଆର୍ଥିକ ବ୍ୟାପାର ସଚିବ ଏସ୍‍.ସି. ଗର୍ଗ, ଅର୍ଥ ସେବା ସଚିବ ରାଜୀବ କୁମାରଙ୍କୁ ଛାଡିଲେ କେତେ ଜଣ ମନୋନୀତ ସଦସ୍ୟ ରହିଛନ୍ତି। ଏହି ମନୋନୀତ ସଦସ୍ୟଙ୍କ ମଧ୍ୟରେ ମହିନ୍ଦ୍ରା ଆଣ୍ଡ୍‍ ମହିନ୍ଦ୍ରା ଫାଇନାନ୍ସର ପୂର୍ବତନ ମୁଖ୍ୟ ବି.ଏନ୍‍. ଦୋଷୀ, ଗୁଜରାଟର ପୂର୍ବତନ ପ୍ରମୁଖ ସଚିବ ସୁଧୀର ମାନଖଣ୍ଡ୍‍, ଅଶୋକ ଗୁଲାଟି, ରିିକ୍ରୁଟମେଣ୍ଟ କନସଲ୍‍ଟାନ୍ସି ଟିମ୍‍ଲିଜ୍‍ର ଅଧ୍ୟକ୍ଷ ସବରବାଲା, ସନ୍‍ଫାର୍ମା ଏମ୍‍ଡି ଏସ୍‍. ସାଂଘଭୀ ଏବଂ ଆର୍‍ଏସ୍‍ଏସ୍‍ର ବିଚାରକ ଏସ୍‍. ଗୁରୁମୂର୍ତ୍ତି ରହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories