www.samajalive.in
Sunday, December 14, 2025
16.1 C
Bhubaneswar

କୁସ୍ତି : ୬୫ କିଗ୍ରାରେ ବଜରଙ୍ଗଙ୍କୁ ବିଶ୍ୱର ଏକ ନମ୍ବର ମାନ୍ୟତା

ନୂଆଦିଲ୍ଲୀ,୧୦ା୧୧: ଭାରତୀୟ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ତାଙ୍କ କ୍ୟାରିୟରରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଶନିବାର ବିଶ୍ୱ କୁସ୍ତି ମହାସଂଘ ତରଫରୁ ମାନ୍ୟତା ତାଲିକା ପ୍ରକାଶ ପାଇଛି। ପୁରୁଷ ୬୫ କିଗ୍ରା ତାଲିକାରେ ବଜରଙ୍ଗ ସର୍ବାଧିକ ୯୬ ପଏଣ୍ଟ ପାଇ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ୨୪ ବର୍ଷୀୟ ବଜରଙ୍ଗ ଚଳିତ ସିଜିନରେ ବିଭିନ୍ନ ପ୍ରତିଯୋଗିତାରେ ୫ଟି ପଦକ ଜିତିଛନ୍ତି। ଅଷ୍ଟ୍ରେଲିଆର ଗୋଲଡ୍‍ କୋଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ବିଶ୍ୱ ଚମ୍ପିଆନସିପ୍‍ରେ ତାଙ୍କୁ ରୌପ୍ୟପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ବଜରଙ୍ଗଙ୍କ ପଛକୁ ଏହି ତାଲିକାରେ କ୍ୟୁବା ମଲ୍ଲଯୋଦ୍ଧା ଆଲେଜାଣ୍ଡ୍ରୋ ଏନ୍‍ରିକ୍‍ ଭ୍ଲାଡେସ ଟୋବିୟର (୬୬ ପଏଣ୍ଟ) ଦ୍ୱିତୀୟ ଓ ରୁଷର ଅଖ୍‍ମେଦ ଚକାଇଭ୍‍ (୬୨ ପଏଣ୍ଟ) ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ମହିଳା ମଲ୍ଲଯୋଦ୍ଧାଙ୍କ ମଧ୍ୟରେ ପାଞ୍ଚଜଣ ଭାରତୀୟ ସେମାନଙ୍କ ବର୍ଗରେ ଶ୍ରେଷ୍ଠ ଦଶ ତାଲିକାରେ ସ୍ଥାନ ପାଇଛନ୍ତି। ମହିଳା ୫୭ କିଗ୍ରା ବର୍ଗରେ ପୂଜା ଧାଣ୍ଡା ୫୨ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି। ନିକଟରେ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଆୟୋଜିତ ବିଶ୍ୱ କୁସ୍ତି ଚମ୍ପିଆନସିପରେ ପୂଜା ବ୍ରୋଞ୍ଜପଦକ ଜିତିଥିଲେ। ମହିଳା ୫୦ କିଗ୍ରା ବର୍ଗରେ ରିତୁ ଫୋଗତ୍‍ ୩୩ ପଏଣ୍ଟ ସହ ୧୦ମ ସ୍ଥାନରେ ଥିବାବେଳେ ୫୯ କିଗ୍ରା ବର୍ଗରେ ସରିତା ମୋର୍‍ ୭ମ, ୬୮ କିଗ୍ରା ବର୍ଗରେ ନବଜ୍ୟୋତ କୌର ଓ ୭୬ କିଗ୍ରା ବର୍ଗରେ କିରଣ ଉଭୟ ୯ମ ସ୍ଥାନ ଅଧିକାର କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories