www.samajalive.in
Saturday, December 13, 2025
18.1 C
Bhubaneswar

ବ୍ୟାଙ୍କ ଠକେଇ ଘଟଣାରେ ୪ ଗିରଫ

ଭୁବନେଶ୍ବର : ପିପିଲି ଗ୍ରାମ୍ୟ ବ୍ୟାଙ୍କର ୨.୦୨ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣେ ପୂର୍ବତନ ବ୍ୟାଙ୍କ ପରିଚାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରସୁଲଗଡ଼ସ୍ଥିତ ଗ୍ରାମ୍ୟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ପ୍ରସନ୍ନ କୁମାର ଜେନା। ଗଙ୍ଗୋତ୍ରିନଗର ଦମ୍ପତି ବିକ୍ରମକେଶରୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ ଓ ମଦନ ମୋହନ ପ୍ରଧାନ। ପିପିଲି ଗ୍ରାମ୍ୟବ୍ୟାଙ୍କର ପରିଚାଳକ ଦେବଦତ ନନ୍ଦଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ ଏକ ମାମଲ ରୁଜୁକରି ଏମାନଙ୍କୁ ଗିରଫ କରି ଶନିବାର ସ୍ଥାନୀୟ ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ହାଜର କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଇଓଡବ୍ଲ୍ୟୁ ସୂଚନା ଅନୁସାରେ ବିକ୍ରମ ପିପିଲି ଗ୍ରାମ୍ୟ ବ୍ୟାଙ୍କରୁ ୨ଟି ହାଇୱା କିଣିବା ଲାଗି ୪୧.୩୬ ଲକ୍ଷ ଟଙ୍କା ଏବଂ ୩୬ ଲକ୍ଷ ଟଙ୍କା ଋଣ ନେଇଥିଲେ। ତାଙ୍କ ପତ୍ନୀ ଗୋଟିଏ ସ୍କର୍ପିଓ କିଣିବା ଲାଗି ୯ ଲକ୍ଷ ଟଙ୍କା ଋଣ ନେଇଥିଲେ। ସେହିପରି ତାଙ୍କ ଶାଳକ ମଦନ ଦୁଇଟି ହାଇୱା ପାଇଁ ୪୦ ଲକ୍ଷ ଋଣ ନେଇଥିଲେ। ତେବେ ବ୍ୟାଙ୍କରେ ସେମାନେ ଗାଡ଼ିର ଯେଉଁ କାଗଜପତ୍ର ଦାଖଲ କରିଥିଲେ ସେସବୁ ନକଲି ଥିଲା। ଫଳରେ ବ୍ୟାଙ୍କ ଋଣ ପରିଶୋଧ କରିନଥିଲେ। ତତ୍କାଳୀନ ବ୍ୟାଙ୍କ ପରିଚାଳକ ପ୍ରସନ୍ନଙ୍କ ଜାଣତରେ ଏହି ଋଣ ପ୍ରଦାନ କରାଯାଇଥିଲା। ତେବେ ଏ ଘଟଣା ଜଣାପଡିବାରୁ ପରିଚାଳକ ଶ୍ରୀ ନନ୍ଦ ଅଭିଯୋଗ କରିଥିଲେ। ସେମାନେ ବ୍ୟାଙ୍କରୁ ୧,୨୬,୭୦,୦୦୦ ଟଙ୍କା ଋଣ ନେଇଥିଲେ। ବର୍ତ୍ତମାନ ସୁଦ୍ଧା ସୁଧମୂଳ ମିଶି ୨.୦୨ କୋଟିରେ ପହଞ୍ଚିଲାଣି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories