www.samajalive.in
Monday, December 15, 2025
26.1 C
Bhubaneswar

ଖୁବ୍ ଶୀଘ୍ର ବଦଳିଯିବ ୟୁପିଆଇ ନିୟମ !

ନୂଆଦିଲ୍ଲୀ : ଫୋନ୍ ପେ ଏବଂ ଗୁଗଲ୍‌ ପେ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ଆସିଛି। ୟୁପିଆଇ କାରବାରକୁ ନେଇ ଏନପିସିଆଇ ବଡ ପରିବର୍ତ୍ତନ କରିବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ  ଆଜି ୧୫ ସେପ୍ଟେମ୍ବରରୁ ଯୁପିଆଇ ଜରିଆରେ ମର୍ଚାଣ୍ଟ (ଦୋକାନ, କମ୍ପାନୀ କିମ୍ବା ସଂସ୍ଥା)ଙ୍କୁ କରାଯାଉଥିବା ପେମେଣ୍ଟର ସୀମା ବୃଦ୍ଧି କରିଛି । ଏବେ ଗ୍ରାହକମାନେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । ଏପର୍ଯ୍ୟନ୍ତ ଏହି ସୀମା ୨ ଲକ୍ଷ ଟଙ୍କା ଥିଲା । ଏହା ଦ୍ୱାରା ବୀମା ପ୍ରିମିୟମ, ନିବେଶ, ଆଭୂଷଣ କିଣିବା କିମ୍ବା ଫ୍ଲାଇଟ-ହୋଟେଲ ବୁକିଂ ପାଇଁ ବଡ଼ ଅଙ୍କର ପେମେଣ୍ଟ କରିବାରେ ଅସୁବିଧା ହେଉଥିଲା। ଏକାସଙ୍ଗେ ପେମେଣ୍ଟ କରାଯାଇନପାରି ଅଳ୍ପ ଅଳ୍ପ କରି କରିବାକୁ ପଡ଼ୁଥିଲା । ଏବେ କିନ୍ତୁ ଆଉ ଏସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି।  ଏକାଥରକେ ସମ୍ପୂର୍ଣ୍ଣ ଟଙ୍କା ଯୁପିଆଇ ଜରିଆରେ ପଠାଯାଇ ପାରିବ । ତେବେ ବଦଳିବାକୁ ଥିବା ନୂଆ ନିୟମ ଯୋଗୁଁ ଫୋନ୍ ପେ, ଗୁଗଲ ପେ ଓ ପେଟିଏମ୍ ଭଳି ଲୋକପ୍ରିୟ ଆପ୍‌ଗୁଡିକରେ ଏହା ସିଧା ପ୍ରଭାବ ଦେଖିବାକୁ ମିଳିବ । କାରଣ ଏଥର ୟୁଜର୍ସ ସହଜରେ ବଡ଼ ଧରଣର ଟ୍ରାଞ୍ଜାକ୍ସନ କରିପାରିବେ । ବୀମା ପ୍ରିମିୟମ ପୈଠ, ଟ୍ରାଭେଲ ବୁକିଂ ଓ ଅନ୍ୟାନ୍ୟ ବଡ଼ ଧରଣର ପେମେଣ୍ଟ ଏଥର ୟୁପିଆଇ ମାଧ୍ୟମରେ ହୋଇପାରିବ।

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories