www.samajalive.in
Saturday, December 6, 2025
14.1 C
Bhubaneswar

ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ ଶୁଭାରମ୍ଭ

ଭୁବନେଶ୍ଵର :ରାଜ୍ୟରେ ସୁଭଦ୍ରା ଯୋଜନାରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବା ନିମନ୍ତେ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା “ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍” ର ଶୁଭାରମ୍ଭ କରିଛନ୍ତି । ଏହି ମଡ୍ୟୁଲ୍ ମାଧ୍ୟମରେ ସୁଭଦ୍ରା ଆବେଦନକାରୀମାନଙ୍କ ଅଭିଯୋଗ ଯଥା ଆବେଦନ ପ୍ରତ୍ୟାଖ୍ୟାନ, ସୁଭଦ୍ରା ସହାୟତା ନ ମିଳିବା ଆଦି ବିଷୟରେ ଶୀଘ୍ର ତଦନ୍ତ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ। ସୁଭଦ୍ରା ପୋର୍ଟାଲରେ ଅନଲାଇନ ମାଧ୍ୟମରେ କିମ୍ବା ବିଭିନ୍ନ ସରକାରୀ ସ୍ତରରେ ଅଫଲାଇନ୍ ମାଧ୍ୟମରେ ଆସିଥିବା ଅଭିଯୋଗଗୁଡିକ ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ ସ୍ତରୀୟ ସ୍କୃଟିନି କମିଟି କିମ୍ବା ନଗର ସ୍ତରୀୟ ସ୍କୃଟିନି କମିଟି ପାଖରେ ଦାଖଲ କରାଯିବ । ଆବଶ୍ୟକ ପଡିଲେ, କମିଟି ଅଭିଯୋଗ ପତ୍ରଗୁଡ଼ିକୁ କ୍ଷେତ୍ରସ୍ତରୀୟ ଯାଞ୍ଚ ପାଇଁ ପଠାଇବେ । କମିଟି ରିପୋର୍ଟ ଅବା କ୍ଷେତ୍ରସ୍ତରୀୟ ଯାଞ୍ଚ ରିପୋର୍ଟ ଉପରେ ଆଧାର କରି କମିଟି ଆବେଦନକାରୀଙ୍କ ଯୋଗ୍ୟତା ବିଷୟରେ ନିଷ୍ପତ୍ତି ନେବେ । ଏହା ପରେ କମିଟି, ଯାଞ୍ଚ ରିପୋର୍ଟ ସହ ଜିଲ୍ଲା ସ୍ତରୀୟ ସ୍କୃଟିନି କମିଟି କିମ୍ବା ନଗର ନିଗମ ସ୍ତରୀୟ ସ୍କୃଟିନି କମିଟି ପାଖକୁ ପଠାଇବେ । ଜିଲ୍ଲା କିମ୍ବା ନଗର ନିଗମସ୍ତରରେ ଅନୁମୋଦନର ଶେଷ ନିଷ୍ପତ୍ତି ନିଆଯିବ । ହିତାଧିକାରୀମାନେ ସୁଭଦ୍ରା ୱେବ ପୋର୍ଟାଲରେ ସେମାନଙ୍କର ଅଭିଯୋଗର ସ୍ଥିତି ସମ୍ପର୍କରେ ସୂଚନା ପାଇପାରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା, ସୁଭଦ୍ରା ଯୋଜନାରେ ୧,୦୯,୮୭,୮୯୪ ଆବେଦନ ପଞ୍ଜୀକୃତ ହୋଇଛି ।  ଏବଂ କୋଟିଏରୁ ଅଧିକ ମହିଳା ଏହି ଯୋଜନା ମାଧ୍ୟମରେ ଲାଭାନ୍ୱିତ ହୋଇସାରିଛନ୍ତି। ଏଯାବତ ସୁଭଦ୍ରା ପୋର୍ଟାଲରେ ୨ ଲକ୍ଷ ୮୩ ହଜାର ୨୬୪ ଅଭିଯୋଗ ବିଚାରାଧୀନ ରହିଛି। ଯାହାର ସମାଧାନ ଅଭିଯୋଗ ସମାଧାନ ମଡ୍ୟୁଲ୍ ମାଧ୍ୟମରେ ସମ୍ପନ୍ନ ହେବ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ମୋନିଷା ବାନାର୍ଜୀ, ଓକାକ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ରାଉତ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ କୃତ୍ତିବାସ ରାଉତ ଓ ବିଶିଷ୍ଟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories