ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନିଜ ଶାସନକାଳରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲା। ୨୦୧୦ରେ ସୋରାବୁଦ୍ଦିନ ଶେଖ୍ ମିଥ୍ୟା ଗୁଳିବିନିମୟ ମାମଲାରେ ଶାହାଙ୍କୁ ଫସାଇବା ଲାଗି କଂଗ୍ରେସ ତଦନ୍ତକାରୀ ସଂସ୍ଥା ସିବିଆଇର ଅନୁଚିତ ଉପଯୋଗ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ରାଜନୈତିକ ସ୍ବାର୍ଥ ହାସଲ ଲାଗି କଂଗ୍ରେସ ପ୍ରଶାସନିକ କଳକୁ ବ୍ୟବହାର କରିଥିଲା। କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶାହାଙ୍କ ରାଜନୈତିକ କ୍ୟାରିୟର ସମାପ୍ତ କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲା ବୋଲି ସ୍ମୃତି ଦର୍ଶାଇଛନ୍ତି।
Popular Categories



