ଡେସ୍କ: ଉତ୍ତର ପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି, ହୋଲି ପର୍ବରେ ଉତ୍ତର ପ୍ରଦେଶ ପରିବହନ ନିଗମ ୧୦୫ କୋଟି ଟଙ୍କା ଆୟ କରିଛି। ହୋଲି ସମୟରେ ଉତ୍ତର ପ୍ରଦେଶରେ ୮୫ ଲକ୍ଷରୁ ଅଧିକ ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳୀକୁ ଯିବା ପାଇଁ ୟୁପି ପରିବହନ ନିଗମର ବସ ବ୍ୟବହାର କରିଛନ୍ତି।
କରୋନା ପରେ ହୋଲି ପର୍ବ ପାଳନ ପାଇଁ ଉତ୍ତର ପ୍ରଦେଶ ଲୋକମାନଙ୍କର ଉତ୍ସାହ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ ଅଧିକ ବସ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ହୋଲି ଦିନ ଏହି ଆୟ ହୋଇଥିବା ବେଳେ ପୂର୍ବ ବର୍ଷ ଠାରୁ ଏହା ୧୨ କୋଟି ଅଧିକ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ ଯେ ହୋଲି ସମୟରେ ଉତ୍ତର ପ୍ରଦେଶରେ ୨୪ ଘଣ୍ଟିଆ ବସ ସେବା ଚାଲିଥିଲା।


