www.samajalive.in
Tuesday, December 9, 2025
26.1 C
Bhubaneswar

ପୁରୀରେ ଭୟାବହ ଅଗ୍ନିକାଣ୍ଡ: ଅଣାୟତ୍ତ ନିଆଁ ମାର୍କେଟ କମ୍ଲେକ୍ସର ଦ୍ୱିତୀୟ ମହଲାକୁ ବ୍ୟାପିଲା- ଅଗ୍ନିଶମ କର୍ମଚାରୀ ନାକେଦମ୍‌

ଭୁବନେଶ୍ୱର (ସମାଜ ଡିଜିଟାଲ ଡେସ୍କ)- ପୁରୀ ବଡଦାଣ୍ଡ ମରଚିକୋଟ ଛକରେ ଥିବା ସମ୍ରାଟ ହୋଟେଲ୍‌ ତଥା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ପ୍ରଥମ ମହଲାରୁ ଦ୍ୱିତୀୟ ମହଲାକୁ ବ୍ୟାପିଲାଣି । ଦ୍ୱିତୀୟ ମହଲାରେ ବ୍ୟାଙ୍କ ସହ ଲୁଗା ଦୋକାନ ଅଛି । ହୋଲି ଦିନ ରାତି ୮ ଟାରୁ ନିଆଁ ଲାଗିଛି ହେଲେ ୧୨ ଘଣ୍ଟା କାଳ ଆୟତ୍ତ ହୋଇ ପାରିନାହିଁ । ହୋଟେଲ୍‌ରେ ଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇଛି । କମ୍ପ୍ଲେକ୍ସରେ ଥିବା ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି ।

ଅଗ୍ନିଶମ ବାହିନୀର ଯବାନମାନେ ୧୨ ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରିବା ପରେ ମଧ୍ୟ ନିଆଁ ଆୟତ୍ତ ହୋଇ ପାରି ନାହିଁ । ଧୂଆଁ ଯୋଗୁଁ ଅଣନିଶ୍ୱାସୀ ହୋଇ ପଡିଥିବା ତିନିଜଣଙ୍କୁ ପୁରୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories