www.samajalive.in
Monday, December 8, 2025
16.1 C
Bhubaneswar

ଆପ୍‌ ବିଧାୟକ ସୋମନାଥ ଭାରତୀଙ୍କୁ ଗିରଫ କଲା ୟୁପି ପୁଲିସ

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ସୋମନାଥ ଭାରତୀଙ୍କୁ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ଏହି କାରଣରୁ ଉତ୍ତରପ୍ରଦେଶ ପୁଲିସ ସୋମବାର ତାଙ୍କୁ ଗିରଫ କରିଛି। ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କୋର୍ଟରେ ମାମଲା ରୁଜୁ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

କେଜ୍ରିୱାଲଙ୍କ ସରକାରରେ ପୂର୍ବରୁ ଆଇନ ମନ୍ତ୍ରୀ ଥିବା ସୋମନାଥ ଭାରତୀ ଉତ୍ତର ପ୍ରଦେଶ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉତ୍ତରପ୍ରଦେଶର ହସ୍ପିଟାଲଗୁଡ଼ିକରେ ଜନ୍ମ ଗ୍ରହଣ କରୁଥିବା ଶିଶୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ‘ଉତ୍ତର ପ୍ରଦେଶର ହସ୍ପିଟାଲଗୁଡ଼ିକରେ କୁକୁରଙ୍କ ପିଲା ଜନ୍ମ ନିଅନ୍ତି’। ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତାଙ୍କ ବିରୋଧରେ ଜଗଦୀଶପୁର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ସୋମବାର ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

- Advertisement -

ଗତ ରବିବାର ସୋମନାଥ ରାୟବରେଲୀରେ ପହଞ୍ଚିଥିଲେ। ସେଠାରେ ସେ ଜଳସେଚନ ବିଭାଗ ଗେଷ୍ଟ ହାଉସରେ ରାତି କାଟିଥିଲେ। ସୋମବାର ସକାଳେ ରାୟବରେଲୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହିତ ଅନେକ କାର୍ଯ୍ୟକ୍ରମରେ ସେ ଯୋଗଦେବାର ଥିଲା। ଆଜି ସକାଳେ ସେ ଗେଷ୍ଟ ହାଉସରୁ କାର୍ଯ୍ୟକ୍ରମସ୍ଥଳକୁ ଯିବା ଲାଗି ବାହାରୁଥିବାବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ଏହା ପରେ ପୁଲିସ ଏବଂ ସୋମନାଥଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଜଣେ ଯୁବକ ତାଙ୍କ ଉପରକୁ କାଳି ଫିଙ୍ଗିଥିଲେ। ପୁଲିସ ଉକ୍ତ ଯୁବକକୁ ଗିରଫ କରିଥିବାବେଳେ ସୋମନାଥଙ୍କୁ ବି ଗିରଫ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories