www.samajalive.in
Saturday, December 6, 2025
14.1 C
Bhubaneswar

ଠିଆ ହୋଇଥିଲା ଟ୍ରକ ; ଧକ୍କା ଦେଲା ବସ୍, ୪ ମୃତ

ନୂଆଦିଲ୍ଲୀ : ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ୍ସପ୍ରେସ ୱେରେ ବରେସର ଥାନା ଅନ୍ତର୍ଗତ ମୁସେପୁର ଗାଁ ନିକଟରେ ଠିଆ ହୋଇଥିବା ଏକ ଟ୍ରକ ସହ ଅଯୋଧ୍ୟାରୁ ଆସୁଥିବା ବସ୍ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାସହ ସେମାନଙ୍କୁ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ଖୁବ୍ ଜୋରରେ ଚିତ୍କାର ଶୁଣା ଯାଇଥିଲା। ଏହାପରେ ନିକଟରେ ଥିବା ଲୋକେ ଏକାଠି ହୋଇ ପୁଲିସକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।
ବସରେ ଭିନ୍ନ ଭିନ୍ନ ଅଞ୍ଚଳର ୨୫ ଜଣ ଯାତ୍ରା କରୁଥିଲେ। ଏମାନେ ଅଯୋଧ୍ୟାରୁ ଦର୍ଶନ କରି ଫେରୁଥିଲେ ବୋଲି ଜଣାପଡିଛି। ବସଟି ବିହାରର ବିକ୍ରମଗଞ୍ଜ ଯାଉଥିଲା। ବସ ଚାଳକର ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ନା ୱିଣ୍ଡୋ ନା ସ୍ପ୍ଲିଟ୍ : ଆସିଗଲା ଏମିତି ଏସି ; ଯୁଆଡେ ଚାହିଁବେ ସିଆଡେ ନେବେ, ଦାମ୍ ଏତିକି..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories